ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରୁଛି ଏଏସ୍‌ଆଇ

ଆଜି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା-ଏଏସଆଇ ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ କରୁଛି। ତେବେ ଏଏସ୍ଆଇ କୋର କମିଟି ସଦସ୍ୟ ଏନ୍.ସି. ପାଲ ମଧ୍ୟ ଆସିଛନ୍ତି। ତାଙ୍କ ସହ ଫଟୋଗ୍ରାଫି ଓ ବିଶେଷଜ୍ଞ ଟିମ୍ ଅଛନ୍ତି।ସେମାନେ ଗର୍ଭଗୃହ, ନାଟମଣ୍ଡପ ଓ ଜଗମୋହନର ଯାଞ୍ଚ କରିବେ। ଗରୁଡ଼ ସ୍ତମ୍ଭ ନିକଟ କ୍ରାକ୍ ବିମ୍‌ର ସ୍ଥିତି ବି ପରଖିବ ଏଏସ୍‌ଆଇ। ଶ୍ରୀମନ୍ଦିର ଅନୁଧ୍ୟାନ ପାଇଁ ୪ ଦ୍ୱାରରେ ଭାରା ବନ୍ଧା ହୋଇଛି। ପୂର୍ତ୍ତ ବିଭାଗର ଏକ ଟିମ୍ ମଧ୍ୟ ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ କରୁଛି।

Spread the love