ବ୍ୟାଙ୍କ ମ୍ୟାନେଜରଙ୍କୁ କରୋନା, ସିଲ୍‌ ହେଲା ବ୍ୟାଙ୍କ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାର ମ୍ୟାନେଜର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ମ୍ୟାନେଜର ପଜିଟିଭ୍ ଚିହ୍ନଟ ପରେ ବ୍ୟାଙ୍କକୁ ସିଲ୍ ସହ ବିଶୋଧନ କରିଛି ଜିଲ୍ଲା ପ୍ରଶାସନ। ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏହି ସୂଚନା ଦେଇଛନ୍ତି ।ସୂଚନା ଅନୁଯାୟୀ, ମ୍ୟାନେଜରଜରକ ୭ ଦିନ ପୂର୍ବେ ବ୍ୟାଙ୍କରେ ଯୋଗ ଦେଇଥିଲେ। ୪ ଦିନ କାମ କରିବା ପରେ ଅସୁସ୍ଥତା ହେତୁ ଭୁବନେଶ୍ୱର ଯାଇଥିଲେ। ସେଠାରେ ସ୍ୱାବ ଟେଷ୍ଟ ପରେ ପଜିଟିଭ ଆସିଥିବା ଜଣାପଡ଼ିଛି। ଏହାପରେ ଆଜି ବ୍ୟାଙ୍କକୁ ସିଲ୍‌ କରି ଦିଆଯାଇଥିବା ବେଳେ ତା’ ମଧ୍ୟରେ ସମସ୍ତ କର୍ମଚାରୀ ରହିଛନ୍ତି। କୋଭିଡ ଗାଇଡଲାଇନ୍‌ ମୁତାବକ, କର୍ମଚାରୀଙ୍କ ଟେଷ୍ଟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।ରାଜ୍ୟରେ  ନୂଆ ୨୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟିନ କେନ୍ଦ୍ରର ହୋଇଥିବାବେଳେ ୩୬ ଲୋକାଲ୍ କେସ୍ ରହିଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଆଜିର ସଂଖ୍ୟାକୁ ମିଶାଇ  ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୫ ହଜାର ୬୯୨କୁ ବୃଦ୍ଧି ପାଇଛି। ୪,୧୨୩ ଜଣ ଆରୋଗ୍ୟ ଲାଭ କରି ଫେରିଥିବାବେଳେ ୧,୮୧୫ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Spread the love