ବିଭାଗୀୟ ସ୍ଥାୟୀ କମିଟି-୮ଙ୍କର ପ୍ରଥମ ବୈଠକ
ଭୁବନେଶ୍ୱର, ଗୁରୁବାର ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ବିଭାଗୀୟ ସ୍ଥାୟୀ କମିଟି-୮ଙ୍କର ପ୍ରଥମ ବୈଠକ ବିଧାୟକ ତଥା ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କମିଟିର ଭବିଷ୍ୟତ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ କମିଟିର ସଦସ୍ୟଙ୍କ ସମେତ ବିଧାନସଭାର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।