୪୫ ବର୍ଷରେ ପଦାର୍ପଣ କଲା ରୁଚି ଉଦ୍ୟୋଗ

 ଭୁବନେଶ୍ୱର, ୪୫ ବର୍ଷରେ ପଦାର୍ପଣ କଲା ରୁଚି ଉଦ୍ୟୋଗ । ପବିତ୍ର ରଥଯାତ୍ରାର ଶୁଭ ଅବସରରେ ଓଡ଼ିଶାର ପ୍ରତିଷ୍ଠିତ ରୁଚି ଶିଳ୍ପୋଦ୍ୟୋଗ ନିଜର ୪୫ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ପୂର୍ବାହ୍ନରେ ରୁଚିର ପୁରୁଖା ମହିଳା କର୍ମଜୀବୀ କୁନି ଦାସ ରୁଚି ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ଓ ଖାଉଟିଙ୍କ ଆଶୀର୍ବାଦ ହିଁ ରୁଚି ଶିଳ୍ପୋଦ୍ୟୋଗର ସଫଳତାର ମୂଳମନ୍ତ୍ର ବୋଲି କହିଥିଲେ ।

ଓଡ଼ିଶାର ବିଶିଷ୍ଟ ଉଦ୍ୟୋଗୀ ତଥା ରୁଚିର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ କହିଥିଲେ, ମହାମାରୀଜନିତ ବିପର୍ଯ୍ୟୟ ସମୟରେ ରୁଚି ଅନୁଷ୍ଠାନ କାର୍ଯ୍ୟକ୍ଷମ ହେବା ସହିତ ରାଜ୍ୟର ଖାଉଟିମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସମାଗ୍ରୀ ଯୋଗାଇ ଆସିଛି । ଏହା ସହିତ ରାଜ୍ୟ ଏବଂ ରାଜ୍ୟ ବାହାରେ ବିପନ୍ନ ଓଡ଼ିଆମାନଙ୍କୁ ମଧ୍ୟ ସାହାଯ୍ୟର ହାତ ବଢ଼ାଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରୁଚି କର୍ମଚାରୀମାନଙ୍କର କର୍ତ୍ତବ୍ୟନିଷ୍ଠା ଅତ୍ୟନ୍ତ ପ୍ରଶଂସନୀୟ ।

ସେହିପରି ଓଡ଼ିଶାର କୋଟି କୋଟି ଗ୍ରାହକଙ୍କ ଆଶୀର୍ବାଦ ପାଇଁ ଏହି ଅନୁଷ୍ଠାନ ଚିରଦିନ ଋଣୀ ହୋଇଥିବାରୁ ରାଜ୍ୟବାସୀଙ୍କ ପାଇଁ ରୁଚି ବହୁବିଧ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିଆସୁଛି । ରାଜ୍ୟ ଶିଳ୍ପ ମାନଚିତ୍ରରେ ନିଜର ୪୫ବର୍ଷର ସଫଳତା ଛୁଇଁଥିବା ଏହି ଉଦ୍ୟୋଗ ସର୍ବଦା ଶ୍ରମ, ସାଧନା, କଠିନ ପରିଶ୍ରମ ଓ ଉତ୍କର୍ଷତାକୁ ବଜାୟ ରଖିଥିବାରୁ ଲୋକମାନଙ୍କର ପ୍ରିୟଭାଜନ ହୋଇପାରିଛି ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଏହା ସହିତ ପ୍ରତିବର୍ଷ ଭଳି ଚଳିତବର୍ଷ ଲକି ଡ୍ର’ ଜରିଆରେ ରୁଚି ଉଦ୍ୟୋଗରେ କାର୍ଯ୍ୟରତ ୨୦ଜଣଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ନଗଦ ଅର୍ଥରାଶି ଓ ୪୫ଜଣଙ୍କୁ ସ୍ୱତନ୍ତ୍ର ଉପହାର ପ୍ରଦାନ କରାଯାଇଥିଲା । ରୁଚିର ୪୫ ବର୍ଷର ନୂତନ ଲୋଗୋ ଓ ଟାଇଟଲ୍ ଗୀତ ଏହି ଅବସରରେ ଉନ୍ମୋଚିତ ହୋଇଥିଲା ।

ସାମାଜିକ ଦୂରତା ରକ୍ଷା ସହ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏକ୍ସିସ୍ ବ୍ୟାଙ୍କର ସିବିଜି ମୁଖ୍ୟ ସୁବ୍ରତ ମହାନ୍ତି, ଶାଖା ମୁଖ୍ୟ ସୁଶାନ୍ତ ଲେଙ୍କା, ରୁଚିର ମୁଖ୍ୟ ମହାପ୍ରବନ୍ଧକ ମହେନ୍ଦ୍ର ଷଡ଼ଙ୍ଗୀ, ମୁଖ୍ୟ ବିକ୍ରୟ ପ୍ରବନ୍ଧକ ବିଜୟ କୁମାର ସ୍ୱାଇଁ, ମୁଖ୍ୟ ପ୍ରବନ୍ଧକ ଦେବବ୍ରତ ପଟ୍ଟନାୟକ ଓ ନିର୍ଦ୍ଦେଶିକା ସଲିନା ସାହୁ ପ୍ରମୁଖ ଯୋଗଦେଇଥିଲେ । ବିଡ଼ାନାସୀ ଶୋଭନୀୟ ଶିକ୍ଷାଶ୍ରମର ଦେବଶିଶୁ ସ୍ନେହ ମନ୍ଦିର ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ରୁଚି ସ୍କୁଲ ବ୍ୟାଗ, ଲିଖନ ସାମଗ୍ରୀ, ବିସ୍କୁଟ ଓ ଫଳ ବଣ୍ଟନ କରାଯାଇଥିଲା । ହ୍ୱାଇଟ୍ କାନଭାସ୍‌ର ମୁଖ୍ୟ ଉଲ୍ଲାସ ବେହୁରା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଲୋକସମ୍ପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ ସମଗ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଉତ୍ପାଦନ ମହାପ୍ରବନ୍ଧକ ସୁରେଶ ମହାନ୍ତି, ଜୋନାଲ ମୁଖ୍ୟ ବିଭୂତି ଭୂଷଣ ପଣ୍ଡା, ମୁଖ୍ୟ ପ୍ରବନ୍ଧକ ସଞ୍ଜୟ ପରମାଣିକ, ମୁଖ୍ୟ ପ୍ରବନ୍ଧକ ଲକ୍ଷ୍ମୀଧର ସାହୁ, ମାନବସମ୍ବଳ ପ୍ରବନ୍ଧକ ମଧୁସ୍ମିତା ବାରିକ୍‌, ପ୍ରଶାସନିକ ପ୍ରବନ୍ଧକ ମୃଣାଳିନୀ ରାଉତ, ବରିଷ୍ଠ ସୂଚନା ଅଧିକାରୀ ଡକ୍ଟର ନିହାର ରଞ୍ଜନ ସାହୁ, ହ୍ୱାଇଟ୍ କାନଭାସ୍‌ର ନିର୍ଦ୍ଦେଶକ ଚିଣ୍ଟୁ ମିଶ୍ର, ପ୍ରସନ୍ନ କୁମାର ସାହୁ, ସ୍ୱରୂପ ନାୟକ, ମାନସ ବେହେରା, ଶିବ ପ୍ରସାଦ ଧଳ, ଅରକ୍ଷିତ ରଣା, ପ୍ରମୋଦ କୁମାର ସାହୁ ଓ ଲକ୍ଷ୍ମୀଧର ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love