ଅନଲାଇନରେ ପଢ଼ିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ

ଅନଲାଇନରେ ପଢ଼ିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ବିଭିନ୍ନ ବିଷୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରଛାତ୍ରୀଙ୍କୁ ନେଇ WhatsApp group କରିବେ। ଏହାମାଧ୍ୟମରେ ଅନଲାଇନ କ୍ଲାସ ନେବେ ଅଧ୍ୟାପକ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରାଜ୍ୟର ସମସ୍ତ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି ।କୋରୋନା ମହାମାରୀ ଲାଗି କଲେଜ ଖୋଲି ଶିକ୍ଷାଦାନ କରାଇବା ଅସମ୍ଭବ ହେଉଥିବାରୁ ଏହି ବିକଳ୍ପ ବ୍ୟବସ୍ଥା ଦ୍ୱାରା ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯାଇପାରିବ ବୋଲି ନିର୍ଦ୍ଦେଶାଳୟ ସ୍ପଷ୍ଟ କରିଛି । WhatsApp group ମାଧ୍ୟମରେ ନିଜ ନିଜ ବିଷୟରେ ଇଣ୍ଟରନେଟ ଲିଙ୍କ ଯୋଗାଇଦେବେ ଅଧ୍ୟାପକ । ପ୍ରତି ୧୫ ଦିନରେ ଥରେ ଅନଲାଇନ ଡାଉଟ କ୍ଲିଅରିଂ କ୍ଲାସ ନେବେ । ଅନଲାଇନ କ୍ଲାସ ସଠିକ ଭାବେ ଚାଲିଛି ନା ନାହିଁ ସେନେଇ କଲେଜ ଅଧ୍ୟକ୍ଷମାନେ ପ୍ରତି ମାସରେ ନିର୍ଦ୍ଦେଶାଳୟକୁ ରିପୋର୍ଟ ଦେବେ।

ରାଜ୍ୟରେ ଯେଉଁଭଳି ଭାବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି ସବୁ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ତେବେ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ସମାନ ସ୍ଥିତି ରହିଛି । କେଉଁଭଳି ଭାବରେ ଛାତ୍ରଛାତ୍ରୀମାନେ ଘରେ ରହି ଭଲରେ ପାଠପଢ଼ିପାରିବେ ସେନେଇ ବ୍ୟବସ୍ଥା କରାଯାଇଛି ।

Spread the love