ରାଜଧାନୀରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ, ୧୧ ସୁସ୍ଥ ହେଲେ

ଏହାରି ଭିତରେ ରାଜଧାନୀରୁ ଆଜି ୧୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ୧୧ଜଣ ଆକ୍ରାନ୍ତଙ୍କ ମଧ୍ୟରେ ମଞ୍ଚେଶ୍ୱରସ୍ଥିତ ପ୍ରତିଦିନ କାର୍ଯ୍ୟାଳୟ ଅଞ୍ଚଳରୁ ୭ଜଣ, ବାଣୀବିହାର ଅଞ୍ଚଳରୁ ଜଣେ ଓ ତିନିଜଣ ରେଳକର୍ମଚାରୀ ରହିଛନ୍ତି। ଏମାନେ ସମସ୍ତଙ୍କ ଶରୀରରେ କିଛିଦିନ ତଳେ କରୋନା ଲକ୍ଷଣ ଦେଖା ଦେବା ପରେ କୋଭିଡ୍ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ପରେ ସମସ୍ତ ୧୧ଜଣଙ୍କ ସ୍ୱାବ ସଂଗ୍ରହ କରି କୋଭିଡ-୧୯ ପରୀକ୍ଷା ପାଇଁ ଯାଇଥିଲା। ଏହି ପରୀକ୍ଷାରେ ସମସ୍ତଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ହସ୍‌ପିଟାଲରୁ ୧୧ଜଣଙ୍କୁ ଡିସଚାର୍ଜ କରାଯାଇଛି।

Spread the love