ରାଜ୍ୟରେ ଆଉ ୧୬୪ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଉ ୧୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୫୩୫୩କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୧୬୪ଙ୍କ ମଧ୍ୟରୁ ସର୍ବାଧିକ ୪୮ ଜଣ ଗଞ୍ଜାମରୁ ସୁସ୍ଥ ହୋଇଥିବା ବେଳେ ଜଗତସିଂହପୁରରୁ ୩୧, ବାଲେଶ୍ୱରରୁ ୨୬, କଟକରୁ ୨୫, ଯାଜପୁରରୁ ୧୨, ଖୋର୍ଦ୍ଧାରୁ ୧୨, କେନ୍ଦ୍ରାପଡ଼ାରୁ ୩, ସୁନ୍ଦରଗଡ଼ରୁ ୩, କେନ୍ଦୁଝରରୁ ୨, ଭଦ୍ରକ ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।ସୂଚନାଯୋଗ୍ୟ, ଆଜି ସକାଳେ ରାଜ୍ୟରେ ପୁଣି ୨୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦୮ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୪୩ ଜଣ ସ୍ଥାନୀୟ ସଂକ୍ରମଣ । ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଅନୁଗୁଳରୁ ୧, ବାଲେଶ୍ଵରରୁ ୨, ବରଗଡ଼ରୁ ୧୨, ବଲାଙ୍ଗିରରୁ ୪, କଟକରୁ ୩୨, ଦେବଗଡ଼ରୁ ୪, ଗଜପତିରୁ ୬, ଗଞ୍ଜାମରୁ ୧୦୨, ଝାରସୁଗୁଡ଼ାରୁ ୫, କେନ୍ଦ୍ରାପଡ଼ାରୁ ୪, ଖୋର୍ଦ୍ଧାରୁ ୨୬, ମାଲକାନାଗିରିରୁ ୧୦, ମୟୁରଭଞ୍ଜରୁ ୫, ନୟାଗଡ଼ରୁ ୧୪, ପୁରୀରୁ ୧୨, ସମ୍ବଲପୁରରୁ ୨, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୭, ଯାଜପୁରରୁ ୧, ପଶ୍ଚିମବଙ୍ଗ ଫେରନ୍ତା ଜଣେ ଏନଡିଆରଏଫ କର୍ମଚାରୀ ରହିଛନ୍ତି ।

Spread the love