ସମାଜବାଦୀ ପାର୍ଟିର ନେତା ରକ୍ତରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପାଖକୁ ଲେଖିଲେ ଚିଠି

ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଆଜମଗଡ ଜିଲ୍ଲାର ସାଂସଦ ଅଖିଳେଶ ଯାଦବଙ୍କ ଦଳର କର୍ମକର୍ତ୍ତା ଲାଲଜୀ ଯାଦବ ରକ୍ତରେ ଚିଠି ଲେଖି ଭଉଣୀର ଚିକିତ୍ସା ପାଇଁ ସହାୟତା ଲୋଡିଛନ୍ତି। ଏସପି ମୁଖ୍ୟଙ୍କ ପରେ ଲାଲଜୀ ଯାଦବ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖି ଚିକିତ୍ସା ପାଇଁ ନିବେଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସୂଚନା ପରାମର୍ଶଦାତା ସଲଭାମନି ତ୍ରିପାଠୀ ନେତା ଲାଲଜୀ ଯାଦବଙ୍କ ସହ କଥା ହୋଇ ତାଙ୍କ ଭଉଣୀଙ୍କ ଚିକିତ୍ସା ପାଇଁ ଯାଞ୍ଚ ରିପୋର୍ଟ ମାଗିବା ସହିତ ଡାକ୍ତରଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଏ ବିଷୟରେ ଅବଗତ କରାଇଥିଲେ।
ସମାଜବାଦୀ ଯୁବଜନ ସଭା ସହିତ ଜଡ଼ିତ ଥିବା ଲାଲଜୀଙ୍କ ଭଉଣୀଙ୍କର କିଡନୀ ଖରାପ ହୋଇଯାଇଛି। ସେ ତାଙ୍କ ଭଉଣୀଙ୍କ ଚିକିତ୍ସା କରିବାକୁ କେଜିଏମ୍‌ୟୁ ଓ ଏସ୍‌ଜିପିଜିଆଇ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କ ଭଉଣୀଙ୍କ ଚିକିତ୍ସା ହୋଇ ପାରି ନଥିଲା। ଶେଷରେ ଲାଲଜୀ ଯାଦବ ସମାଜସେବୀ ପାର୍ଟିର ସାଂସଦଙ୍କୁ ଚିକିତ୍ସା ପାଇଁ ଚିଠି ଲେଖିବା ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଖକୁ ଏକ ରକ୍ତଭିଜା ଚିଠି ଲେଖିଥିଲେ। ଏହି ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୂଚନା ପରାମର୍ଶଦାତା ସଲଭାମନି ତ୍ରିପାଠୀ ଟୁଇଟରରେ ଚିକିତ୍ସା ଯୋଗାଇ ଦେବାକୁ ନେତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Spread the love