ମହଣ ମହଣ ସୁନାରେ ଝଟକୁଛନ୍ତି ତିନି ଠାକୁର

ଜନ୍ମଭୂମି ରୁ କର୍ମଭୂମିକୁ ବହୁଡ଼ିଲେ ମହାପ୍ରଭୂ । ସରିଲା ଜନ୍ମବେଦୀରେ ଲିଳାଖେଳା । ଗତକାଲି ବାହୁଡା ଯାତ୍ରା ସୁରୁଖୁରୁରେ ସମାପନ ହେବାପରେ ଆଜି ତିନି ଠାକୁର ସୁନା ବେଶରେ ସୁସଜ୍ଜିତ ହୋଇଛନ୍ତି । ମହଣ ମହଣ ସୁନା ଅଳଙ୍କାରରେ ସୁସଜ୍ଜିତ ହୋଇଛନ୍ତି ତିନି ଠାକୁର ।

ଚଳିତ ବର୍ଷ କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ବଡଦାଣ୍ଡ ରେ ଭକ୍ତ ମହାପ୍ରଭୁଙ୍କୁ ଦେଖିପାରିନଥିଲେ ସତ, କିନ୍ତୁ ରାଜ୍ୟ ସରକାରଙ୍କ ଦ୍ୱାରା ଏହାର ସିଧାପ୍ରାସରଣ ର ବ୍ୟବସ୍ଥା କରାଯାଇଥିଲା ଫଳରେ ଭକ୍ତ ମାନେ ଘରେ ସୁରକ୍ଷିତ ଭାବେ ବଡ ଠାକୁରଙ୍କ ଦର୍ଶନ କରି ପାରିବେ ।

ସୂଚନା ଅନୁଯାୟୀ, ବର୍ତ୍ତମାନ ସମଗ୍ର ବିଶ୍ୱ କରୋନା ପାଇଁ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବାରୁ ଶ୍ରୀମନ୍ଦିର ପ୍ରଶାସକ କ୍ରିଷ୍ଣ କୁମାର ପୁରୀବାସୀ ଓ ରାଜ୍ୟବାସୀ ଘରେ ବସି ଟିଭି ମାଧ୍ୟମରେ ସୁନାବେଶ ଦର୍ଶନ କରିବାକୁ ବିନମ୍ର ଭାବେ ଅନୁରୋଧ କରିଥିଲେ ।

ସେହିଭଳି ବାହୁଡା ଯାତ୍ରା ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଥିବାରୁ କ୍ରିଷ୍ଣ କୁମାର ପୁରୀବାସୀ, ସେବାୟତ, ଜିଲ୍ଲା ପ୍ରଶାସନ, ପୁଲିସ ବିଭାଗ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ସମସ୍ତଙ୍କ ସହଯୋଗରେ ପୁରୀରେ ରଥଯାତ୍ରା ଓ ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳା ଏବଂ କୋଭିଡ ଗାଇଡ଼ ଲାଇନର ସହ ଶେଷ ହୋଇଛି । ବିଶେଷ କରି ପୁରୀବାସୀଙ୍କୁ ମୁଁ ଅଧିକରୁ ଅଧିକ ଧନ୍ୟବାଦ ଦେବି । କାରଣ ସେମାନେ ଅଧର୍ଯ୍ୟ ନହୋଇ ଛାତ ଉପରକୁ ନ ଆସି ସୁପ୍ରିମକୋର୍ଟଙ୍କ କରୋନା କଟକଣା ଭିତରେ ଘରେ ବସି ଟିଭିରେ ରଥଯାତ୍ରା ଓ ଗୁଣ୍ଡିଚା ଯାତ୍ରା ଦେଖିଥିଲେ । ଅପରପକ୍ଷରେ ଓଡିଶା ସରକାରଙ୍କ ସମସ୍ତ ବିଭାଗର କର୍ମଚାରୀଙ୍କୁ ମଧ୍ୟ କ୍ରିଷ୍ଣ କୁମାର ଧନ୍ୟବାଦ ଜଣାଇଛନ୍ତି ।

Spread the love