କିଟର୧୫ତମ ବାର୍ଷିକ ଉତ୍ସବ

କିଟ୍ ବିଶ୍ୱବିଦ୍ୟାଳୟର ୧୫ତମ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଅମିତାଭ ରାୟ, ଏରିକସନ ଗ୍ଲୋବାଲ ସର୍ଭିସେସ ବକ୍ତୃତା ପ୍ରଦାନ କରିଥିଲେ । ଅଭିତାଭ ତାଙ୍କ ଭାଷଣରେ ପ୍ରକାଶ କରିଥିଲେ ଯେ, କିଟ୍ର ଛାତ୍ରଛାତ୍ରୀମାନେ ସବୁବେଳେ ଜ୍ଞାନ ଆହରଣରେ ନିଜକୁ ଜଡ଼ିତ ରଖିବା ଉଚିତ । କିଟ୍ର ଛାତ୍ରଛାତ୍ରୀ ଏହାର ଭଲ ଆମ୍ବାସାଡର ହେବାକୁ ସେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ବିଶ୍ୱ ବିଦ୍ୟାଳୟର କୁଳଧିପତି ପ୍ରଫେସର ବେଦ ପ୍ରକାଶ, କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, କୁଳସଚିବ ଡଃ.ସସ୍ମିତାରାଣୀ ସାମନ୍ତଙ୍କ ସମେତ ବହୁ ପଦାଧିକାରୀ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ବାର୍ଷିକ ଉତ୍ସବ ଉପଲକ୍ଷେ ଶ୍ରୀ ସାମନ୍ତ ତାଙ୍କ ଭାଷଣରେ କହିଥିଲେ ଯେ, ୧୫ ବର୍ଷ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ ଭାରତ ସମେତ ବିଶ୍ୱର ଉଚ୍ଚତମ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନ ପାଇଛି । ଏଥିସହ କିଟ୍ ଆହୁରି ଶୀର୍ଷରେ ପହଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗ ରହିବ ବୋଲି ମୋର ଆଶା ଓ ବିଶ୍ୱାସ ।

Spread the love