ଗୋଟିଏ ଦେଶ, ଗୋଟିଏ ନମ୍ବର “112”, ଭାରତର ଜରୁରୀକାଳିନ ହେଲ୍ପଲାଇନ ନମ୍ବର

ଆମ ଦେଶରେ ବିଭିନ୍ନ ଜରୁରୀ ସମସ୍ୟା ପାଇଁ ବିଭିନ୍ନ ହେଲ୍ପ ଲାଇନ ନମ୍ବର ରହିଛି । ଏବେ ତାହା ଗୋଟିଏ ହୋଇଯିବ । ଯେମିତି କି ପୁଲିସ କେସ ହୋଇଥିଲେ 100 ନମ୍ବର, ଅଗ୍ନିସମ ବିଭାଗ ପାଇଁ 101 ଏବଂ ଡାକ୍ତରଖାନା ପାଇଁ 102 ଓ 108 ରହିଛି ।  ବେଳେବେଳେ ଏମିତି ହୁଏ  ଜରୁରୀକାଳିନ ସମୟରେ ଲୋକେ ଭୁଲଭାଲ ନମ୍ବର ଲଗାଇ ଦେଇଥାନ୍ତି । ଏବେ ଆଉ ସେମିତି ହେବନାହିଁ ।  ଗୋଟିଏ ଦେଶ ଗୋଟିଏ ହେଲ୍ପଲାଇନ ନମ୍ବର ହେବ । ତାହା 112 ରହିବ । ପ୍ରଥମ ପର୍ଯ୍ୟାୟରେ ଏହି 112  ନମ୍ବର 16ଟି ରାଜ୍ୟ ଏବଂ ୟୁନିୟନ ଟେରିଟୋରୀରେ ଲାଗୁ ହେଉଛି । ସେଗୁଡିକ ହେଲା-

  1. Uttar Pradesh 2. Uttarakhand 3. Punjab 4. Rajasthan 5. Madhya Pradesh 6. Tamil Nadu 7. Kerala 8. Andhra Pradesh 9. Telangana 10. Gujarat 11.Puducherry12. Lakshadweep 13. Andaman 14. Dadar Nagar Haveli 15. Daman and Diu 16. Jammu and Kashmir.

ଏହି ସେବା ମୋବାଇଲ ଆପରେ ମଧ୍ୟ ଉପଲବ୍ଧ ହେବ। ଅସୁବିଧା ସମୟରେ ଆପଣ ମୋବାଇଲ ଆପ ମାଧ୍ୟମରେ ଲୋକେସନ ପଠାଇ ସେବାର ସୁବିଧା ନେଇପାରିବେ । ବିପଦ ସମୟରେ ଆପଣ ନିଜର ବହୁମୂଲ୍ୟ ଜୀବନ ବଞ୍ଚାଇ ପାରିବେ ।

Spread the love