ଭାରତ- ପାକିସ୍ତାନ ବିଶ୍ୱକପ ଖେଳିବା ନେଇ ଏମିତି କହିଲେ ହରଭଜନ ସିଂ, ସାରାଦେଶ କହୁଛି ସାବାସ

ଗତ 14 ତାରିଖରେ ଜମ୍ମୁ-କାଶ୍ମୀରର ପୁଲଓ୍ବାମା ଠାରେ  ହୋଇଥିବା ଆତଙ୍କବାଦୀ ହମଲାପରେ ସାରାଦେଶ ଆତଙ୍କବାଦକୁ ପ୍ରସୟ ଦେଉଥିବା ପାକିସ୍ତାନ ବିରୋଧରେ ବିଷ ଓଗାଳୁଛନ୍ତି । ସାଧାରଣ ଜନତାଙ୍କ ଠାରୁ ନେତାମନ୍ତ୍ରୀ ଏବଂ ଅଭିନେତା ମଧ୍ୟ ପାକିସ୍ତାନକୁ ନେଇ ବିରୋଧାଭାଷ କରିଛନ୍ତି । ଏଥିରୁ ବାଦ ପଡିନାହାନ୍ତି କ୍ରିକେଟର ।

ଭାରତର ପୂର୍ବତନ କ୍ରିକେଟର ହରଭଜନ ସିଂ  ପାକିସ୍ତାନ ବିରୋଧରେ ବଡ କଥାଟିଏ କହିଛନ୍ତି । ସେ କହିଛନ୍ତି ଆସନ୍ତା ବିଶ୍ୱକପରେ ଭାରତୀୟ ଦଳ ପାକିସ୍ତାନ ସହ କୌଣସି ମ୍ୟାଚ ଖେଳିବା ଉଚିତ ନୁହେଁ । ସେ ଆହୁରି  ମଧ୍ୟ କହିଛନ୍ତି ଯଦି ପାକିସ୍ତାନ ସହ ଭାରତ ମ୍ୟାଚ ଓହରି ଯାଏ ତଥାପି ଭାରତ  ଅନ୍ୟମ୍ୟାଚରେ ଭଲ ପ୍ରଦର୍ଶନ କରି ପଏଣ୍ଟ ଜରିଆରେ ବିଶ୍ୱକପ ଜିତି ପାରିବ ।

Spread the love