ଗୋଟେ ଚାପୁଡାରେ ସତ ମାନିଥିଲା ମାସୁଦ

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଜୈଶ ଏ ମହମ୍ମଦ ମୁଖ୍ୟ ମୌଲାନା ମାସୁଦ୍ ଆଝାରକୁ ନେଇ ପୁଣି ଚର୍ଚ୍ଚା । ପାକିସ୍ତାନରେ ରହି ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ମାଧ୍ୟମରେ ଛାୟା ଯୁଦ୍ଧ ଚଳାଇଥିବା ମାସୁଦ୍ ଯେ ଜଣେ ଭୟାଳୁ ଏବଂ ଡରୁଆ ବ୍ୟକ୍ତି ତାର ପ୍ରମାଣ ଏବେ ସାମ୍ନାକୁ ଆସିଛି । ଭାରତର ଜଣେ ସେନା ଅଧିକାରୀଙ୍କ ଗୋଟିଏ ଚାପୁଡା ହିଁ କେମିତି ତା ପାଇଁ ଯଥେଷ୍ଟ ଥିଲା ତାର ଖୁଲାସା ହୋଇଛି ଏବେ । 1994ରେ କାଶ୍ମୀରର ଅନନ୍ତନାଗରେ ଗିରଫ ହୋଇଥିଲା ମାସୁଦ୍ ଆଝାର ।

ପର୍ତ୍ତୁଗାଲର ନକଲି ପାସପୋର୍ଟରେ ବାଂଲାଦେଶ ଦେଇ ଭାରତରେ ପ୍ରବେଶ କରିଥିଲା ମାସୁଦ୍ । ଧରାପଡିବା ପରେ ତାକୁ ପଚରା ଉଚରା କରିଥିବା ସେନା ଅଧିକାରୀ ପ୍ରଥମେ ତା ଗାଲରେ ପକାଇଥିଲେ ଏକ ଶକ୍ତ ଚାପୁଡା । ବାସ୍ ବରଡାପତ୍ର ପରି ଥରିବା ସହ ସବୁ ସତ ଓଗାଳି ଦେଇଥିଲା ଏ ଆତଙ୍କବାଦୀ ।

ଖାଲି ସେତିକି ନୁହେଁ କେମିତି ପାକିସ୍ତାନର ଆଇଏସଆଇ ତାକୁ ସହଯୋଗ କରୁଛି ଓ ଭାରତରେ ଆତଙ୍କବାଦ କାର୍ଯ୍ୟକଳାପ ବୃଦ୍ଧି ସହ ଅସ୍ଥିରତା ସୃଷ୍ଟି ପାଇଁ ସେ ଆସିଛି, ସବୁ ସତ ଓଗାଳି ଯାଇଥିଲା ମାସୁଦ୍ ଆଝାର । ଜାମ୍ମୁ- କାଶ୍ମିରର ପୂର୍ବତନ ଡିଜିପି ଥିବା ଓ ଅନେକ ଥର ମାସୁଦକୁ ଜେରା କରିଥିବା ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ଏକଥାର ଏବେ ଖୁଲାସା କରିଛନ୍ତି ।

Spread the love