ସାରା ଦେଶକୁ ବାଟ ଦେଖାଇଛି ‘କାଳିଆ’ : ନବୀନ ପଟ୍ଟନାୟକ

କାଳିଆ ଯୋଜନାକୁ ପ୍ରଶଂସା, କେନ୍ଦ୍ର ସରକାରଙ୍କ କିଷାନ ଯୋଜନାକୁ ସମାଲୋଚନା । ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ଆଜି ପୁଣି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, କାଳିଆ ଯୋଜନାରେ ଛୋଟ ଚାଷୀ, ଭାଗ ଚାଷୀ ଏବଂ ଭୂମିହୀନ ଚାଷୀଙ୍କ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ହେଲେ କେନ୍ଦ୍ର ସରକାରଙ୍କ ଯୋଜନାରେ କିଛି ନାହିଁ । ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ବୌଦ୍ଧ ଓ ଭଂଜନଗର ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ସାରା ଦେଶକୁ ବାଟ ଦେଖାଇଛି ‘କାଳିଆ’ । କେନ୍ଦ୍ର ସରକାରଙ୍କ ଯୋଜନାରେ କିଛି ନାହିଁ । ବୌଦ୍ଧ ମାଟିରେ କାଳିଆକୁ ପ୍ରଶଂସା, କିଷାନକୁ ସମାଲୋଚନା । ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କହିଛନ୍ତି, ଚାଷୀଙ୍କ ଉନ୍ନତି ପାଇଁ କାଳିଆ ଯୋଜନା ଐତିହାସିକ ପଦକ୍ଷେପ । ଛୋଟ ଚାଷୀ, ଭାଗ ଚାଷୀ, ଭୂମିହୀନ ଚାଷୀ ଓ କୃଷି ଶ୍ରମିକଙ୍କୁ ଏହି ଯୋଜନାରେ ସହାୟତା ଦିଆଯାଇଛି । ହେଲେ ଦୁଃଖର କଥା, କେନ୍ଦ୍ର ସରକାରଙ୍କ ଯୋଜନାରେ ଛୋଟ ଚାଷୀ, ଭାଗ ଚାଷୀ ଓ ଭୂମିହୀନ ଚାଷୀଙ୍କ ପାଇଁ କିଛି ନାହିଁ । ଦିନିକିଆ ବୌଦ୍ଧ ଓ କଂଟାମାଳ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ 970କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି । କଂଟାମାଳରେ 116 କୋଟି ଟଙ୍କାରେ ନିର୍ମିତ 45ଟି ଜନହିତକରୀ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ 310 କୋଟି 59 ଲକ୍ଷ ଟଙ୍କାର 10ଟି ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ କରାଯାଇଛି ।

ସେହିପରି ବୌଦ୍ଧରେ 76 କୋଟି ଟଙ୍କାରେ 47ଟି ପ୍ରକଳ୍ପର ଉଦଘାଟନ ଓ 467 କୋଟି ଟଙ୍କାର 28ଟି ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭଂଜନଗର ପାଇଁ 108 ଲକ୍ଷର ଭେଟି । 3ଟି ପ୍ରକଳ୍ପର ଉଦଘାଟନ, 24ଟିର ଭିତ୍ତିପ୍ରସ୍ତର ସ୍ଥାପନ । ବୌଦ୍ଧ ଓ କଂଟାମାଳ ପରେ ଭଂଜନଗରରେ ବି କାଳିଆ ଯୋଜନାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ସମାଲୋଚନା କରିଛନ୍ତି । ଭଂଜନଗରରେ 21କୋଟି 26ଲକ୍ଷ ଟଙ୍କାର ୩ଟି ପ୍ରକଳ୍ପ ଉଦଘାଟିତ ହୋଇଛି । ଏଥିସହ 86 କୋଟି 69 ଲକ୍ଷ ଟଙ୍କାର 24ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Spread the love