କ୍ଵାରେଣ୍ଟାଇନ୍ ସେଣ୍ଟରରେ ଡାକ୍ତର ପରିଚୟ ଦେଇ ମହିଳାଙ୍କ ଇଜ୍ଜତ ଲୁଟିଲା ଯୁବକ

 ମୁମ୍ବାଇ, କ୍ବାରେଣ୍ଟାଇନ ସେଣ୍ଟରରେ ମହିଳାଙ୍କୁ ଦୁଷ୍କର୍ମ।  ଜଣେ ମହିଳା ଅନ୍ତେବାସୀଙ୍କ ବିଶ୍ବାସରେ ବିଷ ଦେଇ ତାଙ୍କ ଇଜ୍ଜତ ଲୁଟିଲେ ଯୁବକ।ପୀଡିତାଙ୍କ ବୟସ ୪୦ ବର୍ଷ, ଆଉ ସେହି  ଦୁଷ୍କର୍ମକାରୀକୁ ୨୫ ବର୍ଷ  ।

ଜୁଲାଇ ୧୫ ତାରିଖର ଘଟଣା । ନାଭି ମୁମ୍ବାଇର ପାନବେଲ ତାଲୁକ ଥାନା ଅନ୍ତର୍ଗତ କୋନ ଗାଁରେ ଥିବା ଇଣ୍ଡିଆବୁଲ୍ସ କ୍ବାରେଣ୍ଟାଇନ କେନ୍ଦ୍ରରେ ଘଟିଛି ଏହି କାଣ୍ଡ । ଅଭିଯୁକ୍ତ ଯୁବକ ନିଜକୁ ଡାକ୍ତର କହି କ୍ବାରେଣ୍ଟାଇନ ସେଣ୍ଟର ଭିତରେ ହିଁ  ପୀଡିତା ମହିଳାଙ୍କୁ କରିଛି ଦୁଷ୍କର୍ମ । ୧୪ ତାରିଖ ଦିନ ସେହି କ୍ବାରେଣ୍ଟାଇନ କେନ୍ଦ୍ରକୁ ଆସିଥିଲେ ଜଣେ ୪୦ ବର୍ଷୀୟା ମହିଳା । ଖରଘର ଅଞ୍ଚଳରୁ ଆସିଥିବା ମହିଳାଙ୍କ ଠାରେ କୋଭିଡ ଲକ୍ଷଣ ରହିଥିଲା । ତେବେ ୧୫ ତାରିଖରେ ସେହି କ୍ବାରେଣ୍ଟାଇ ସେଣ୍ଟରକୁ ଆସିଥିଲା ଜଣେ ୨୫ ବର୍ଷୀୟ ଯୁବକ । ତେବେ ସଂଧ୍ୟାରେ ସେହି ଯୁବକ ଜଣକ କିଛି ବାହାନାରେ ମହିଳାଙ୍କ ପ୍ରକୋଷ୍ଠରେ ପ୍ରବେଶ କରିଥିଲା । ନିଜକୁ ଡାକ୍ତର କହି ସେ ମହିଳାଙ୍କ ସହ କଥା ହୋଇଥିଲା । ତାକୁ ବିଶ୍ବାସ କରି ମହିଳା ଜଣକ ତାଙ୍କ ଗୋଡରେ ଯନ୍ତ୍ରଣା ହେଉଥିବା କହିଥିଲେ । ଆଉ ନିଜକୁ ଡାକ୍ତର ପରିଚୟ ଦେଇଥିବା ଯୁବକ ଜଣକ ଗୋଡ ମାଲିସ କରି ଚିକିତ୍ସା କରିବା ବାହାନାରେ ମହିଳାଙ୍କୁ ବଳାତ୍କାର କରିଥିଲା । ତାଙ୍କୁ ଗାଧୁଆଘର ଭିତରକୁ ଟେକି ନେଇ ତାଙ୍କ ପାଟି ବନ୍ଦ କରି ଦୁଷ୍କର୍ମ କରିଥିଲା ଏବଂ କାହାକୁ କହିଲେ ମାରିଦେବ ବୋଲି ଧମକ ଦେଇଥିଲା । କିନ୍ତୁ ଯୁବକ ଜଣ ଚାଲିଯିବାର କିଛି ସମୟପରେ ମହିଳା ଜଣକ କ୍ବାରେଣ୍ଟାଇନ ସେଣ୍ଟର କର୍ମଚାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ।

 ପୋଲିସ ସଂପୃକ୍ତ ଯୁବକକୁ ଗିରଫ କରିବା ସହ ଶୁକ୍ରବାର ଏନେଇ ମାମାଲା ରୁଜ୍ଜୁ କରିଛି । କିନ୍ତୁ ପୂର୍ବରୁ ଏକ ମଲ୍‌ରେ ଚାକିରି କରୁଥିବା ଏବଂ ଏବେ ବେକାର ଥିବା ଅଭିଯୁକ୍ତ ଯୁବକ ଦୁଷ୍କର୍ମ ଅଭିଯୋଗକୁ ଅସ୍ବୀକାର କରିବା ସହ ତାହା ସହମତି ଭିତ୍ତିକ ଶାରିରୀକ ସଂପର୍କ ଥିଲା ବୋଲି କହିଥିବା ପୋଲିସ ସୂଚନାରୁ ଜଣାଯାଇଛି । ପୋଲିସ ଉଭୟଙ୍କ ଡାକ୍ତରୀ ମାଇନା କରାଇ ଘଟଣାର ତଦନ୍ତ ଜାରି ରଖିଛି ।

Spread the love