ଶେଷ ଦୁଇ ଫର୍ଦ୍ଦ ମୁଁ ଲେଖିନି, ମୋତେ ବଦନାମ କରିସାରିଲେଣି

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ୧୫ ଦିନ ବିତିଗଲାଣି। ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପତ୍ନୀ ବିଦ୍ୟାଶ୍ରୀ କହୁଥିବା ବେଳେ ଘଟଣାର ତଦନ୍ତ କରୁଥିବା ଜିଆରପି ପୁଲିସର ହାତ ଖାଲି। ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି କି କି ତାଙ୍କୁ ହତ୍ୟା କରାଯାଇଛି ତାର ସୁରାକ ପାଉନି ପୁଲିସ। ଯଦି ଆଦିତ୍ୟଙ୍କୁ ହତ୍ୟା କରାଯାଇଛି ଏହା ପଛର ମାଷ୍ଟରମାଇଣ୍ଡି କିଏ ସେ ସମ୍ପର୍କରେ ମଧ୍ୟ ଟେର୍ ପାଉନି ପୁଲିସ। ଏହାରି ଭିତରେ ପତ୍ନୀ ବିଦ୍ୟାଶ୍ରୀଙ୍କ ଉପରେ ସନ୍ଦେହର ଅଙ୍ଗୁଳି ଉଠି ସୋଶାଲ ମିଡିଆରେ ଅନେକ କିଛି ଚର୍ଚ୍ଚା ହେଉଛି। ତେବେ ସମସ୍ତ ପ୍ରକାର ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଦ୍ୟାଶ୍ରୀ। ଓଟିଭିକୁ ସୂଚନା ଦେଇ ବିଦ୍ୟାଶ୍ରୀ କହିଛନ୍ତି ଯେ, ମୋ ନାମରେ ଅନେକ ଗୁଡ଼ାଏ ଅପପ୍ରଚାର ହେଉଛି।

ସେ କହିଛନ୍ତି ଯେ, ମୁଁ ହେଉଛି ଏକ ଖୋଲା ବହି। ମୋ ପେଟରେ କିଛି କଥା ରୁହେନି।  ମୋ ପେଟରେ କିଛି ରୁହେନି। ପୁଲିସ ସବୁ ଆଡ଼ୁ ତଦନ୍ତ କରୁଛନ୍ତି। ଆମ ସ୍ୱାମୀ-ସ୍ତ୍ରୀ ଭିତରେ କିଛି ବିବାଦ କିମ୍ବା ମନୋମାଳିନ୍ୟ ଥିଲା କି ଏନେଇ ପୁଲିସ ଆମ ହାଉସ ଓନରଙ୍କ ସହ ଆଲୋଚନା କରିଛନ୍ତି। ତାଙ୍କ ସାଙ୍ଗସାଥୀଙ୍କୁ ପଚରାଉଚୁରା କରିଛନ୍ତି। ହେଲେ ଏନେଇ ପୁଲିସ କୌଣସ ପ୍ରମାଣ ପାଉ ନାହିଁ। ଯେତେବେଳେ ଝଗଡ଼ା ହେଇ ନାହିଁ ପୁଲିସ କେମିତି ସୁରାକ ପାଇବ ବୋଲି ବିଦ୍ୟାଶ୍ରୀ ପ୍ରଶ୍ନ କରିଛନ୍ତି। ବିଦ୍ୟାଶ୍ରୀ କହିଛନ୍ତି ଯେ, ପପୁ ବିକାଶ ଯାହା କହିଛନ୍ତି ଯେ, ଆଦିତ୍ୟ ଆମର ଭାଇ ଆମେ ତାକୁ ଭାଇ ଭଳି ଦେଖୁ , ସେ ଆମ ବେଷ୍ଟ୍ର ଫ୍ରେଣ୍ଡ ହେଲେ ସେମାନଙ୍କ ଠାରୁ ଆଉ ଜଣେ ବି ବେଷ୍ଟ୍ର ଫ୍ରେଣ୍ଡ ଥିଲେ। ତାଙ୍କ ଘର ହେଉଛି ବଲାଙ୍ଗୀର। ତାଙ୍କ ସହିତ ଦୈନିକ ଆଦିତ୍ୟ ଭିଡିଓ କଲ କରିନ୍ତି। ପପୁ ବିକାଶ ସହ କେବଳ କାମର କଥା ବାର୍ତ୍ତା କରନ୍ତି। ହେଲେ  ବଲାଙ୍ଗୀର ପିଲା ହେଉଛି ତାଙ୍କର କଲେଜ ବେଳର ବନ୍ଧୁ। ତାଙ୍କ ସହିତ ବି ମୁଁ ଅଳ୍ପ କଥା ହେଇଛି। ଆଦିତ୍ୟ ତାଙ୍କ ସହ ସବୁଦିନ କଥା ହୁଅନ୍ତି। ସେହିପରି ଆଦିତ୍ୟଙ୍କ ସୁଇସାଇଡ୍ ନୋଟ୍‌ ଯାହା ବୁଲୁଛି ସେଥିରେ ଶେଷ ଦୁଇ ଫର୍ଦ୍ଦ ମୁଁ ଲେଖିଛି ବୋଲି ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ମିଛ। ମୋ ନାମରେ ଗଣମାଧ୍ୟମରେ ମିଥ୍ୟା ପ୍ରଚାର କରାଯାଉଛି। ମୋତେ ବଦନମା କରିସାରିଲେଣି। ମୋ ମନ କେବେ ମାନୁନି।  ଲାଗୁଛି ହତ୍ୟା କରାଯାଇଛି। ସେ ଏମିତିକା ହେଡ୍ ଷ୍ଟ୍ରଙ୍ଗ ମଣିଷ ଯେ, ସେ କେବେ ବି ଆତ୍ମହତ୍ୟା କରିପାରିବେନି। କିଛି ଦିନ ତଳେ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ସେ ସିରିୟସ ହୋଇପଡ଼ିଥିଲେ। ମୁଁ ଅପେକ୍ଷା କରିଛି କେବେ ସତ ରିପୋର୍ଟ ଆସିବ। ବିଦ୍ୟାଶ୍ରୀ କହିଛନ୍ତି ଯେ, ପୁରୁ‌ଷୋତ୍ତମ ଏକ୍ସପ୍ରେସ୍‌ର ପାଇଲଟ ବି ମନାକଲେଣି ସେଦିନ ରାତିର ଟ୍ରେନ୍ କାହାକୁ ଧକ୍କା ଦେଇ ନାହିଁ। ତେବେ ଆଦିତ୍ୟଙ୍କର କେମିତି ମୃତ୍ୟୁ ହେଲା ପୁଲିସ କହୁ। ତେଣୁ ଆଦିତ୍ୟ କେମିତି ସୁଇସାଇଡ୍ କଲେ। ଆଉ ଏହାକୁ ସୁଇସାଇଡ୍‌ର ନୋଟ୍ ଲେଖି ଆତ୍ମହତ୍ୟାର ରୂପ ଦିଆଯାଉଛି। ଏହାର ସିବିଆଇ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।

Spread the love