ଭୁବନେଶ୍ୱରରେ ଚିହ୍ନଟ ହେଲେ ୨୧ ଆକ୍ରାନ୍ତ

ଭୁବନେଶ୍ୱର ସହରରେ ନୂଆ ୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫ଟି ହେଉଛି ଲୋକାଲ୍‌ କେସ୍‌। ଏଥିସହ ଭୁବନେଶ୍ୱରରେ ୪୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।ଭୁବନେଶ୍ୱରରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୨୫ ଜଣ ସୁସ୍ଥ ହୋଇ ସାରିଲେଣି। ୬୧୪ ଜଣ ଏବେ ଚିକିତ୍ସାଧୀନ ଥିବା ବେଳେ ଆଖି ବୁଜି ସାରିଲେଣି ୧୧। ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୫୭ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧୨,୯୦୯ ଜଣ ସୁସ୍ଥ ହୋଇଥିବା ବେଳେ ୫,୭୧୫ ଜଣ ଚିକିତ୍ସାଧୀନ ଅଛନ୍ତି।

Spread the love