ଆସନ୍ତାକାଲିଠୁ ସମ୍ବଲପୁର ଶଟ୍‌ଡାଉନ୍

ଆସନ୍ତାକାଲିଠୁ ୧୦ ଦିନ ପାଇଁ ସମ୍ବଲପୁର ଜିଲ୍ଲାକୁ ଶଟ୍‌ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି। ଫଳରେ ଆସନ୍ତାକାଲିଠୁ ୩୧ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ଶଟ୍‌ଡାଉନ୍ ରହିବ।

ଏହି ୧୦ ଦିନିଆ ଶଟ୍‌ଡାଉନ୍ ୨ ଦଫାରେ ଲାଗୁ ହେବ। ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ଦଫା ଶଟ୍‌ଡାଉନ୍ ହେବ। ୨୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ଦଫା ଶଟ୍‌ଡାଉନ୍ ହେବ।

ଏହି ସମୟରେ ଦୋକାନ ବଜାର, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ। ହସ୍ପିଟାଲ, କ୍ଲିନିକ, ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଖୋଲା ରହିବ। କ୍ଷୀର ଦୋକାନ ମଧ୍ୟ ଖୋଲା ରହିବ। ରାସ୍ତାକଡ଼ ଢାବା ଖୋଲା ରହିବ। ତେବେ ଏଠାରୁ କେବଳ ଖାଦ୍ୟ ପାର୍ସଲ ନେଇହେବ।

ଏହାସହ ଜିଲ୍ଲା ଭିତରେ ସରକାରୀ, ଘରୋଇ ଗାଡ଼ି ଚଳାଚଳ ବନ୍ଦ ରହିବ।  ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଗାଡ଼ି ଗୁଡ଼ିକ କେବଳ ଚାଲିପାରିବ। କେହି ଦୁଇ ଚକିଆ ଯାନ  ନେଇ ବାହାରକୁ ବାହାରି ପାରିବେ ନାହିଁ। ସମ୍ବଲପୁର ଜିଲ୍ଲାରେ ୧୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୧ ଜଣ ସୁସ୍ଥ ହୋଇଛନ୍ତି। ଆଉ ୮୩ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକତ୍ସାଧୀନ ଅଛନ୍ତି।

Spread the love