ପିଜି ଓ ୟୁଜି ପରୀକ୍ଷା ନକରିବାକୁ କେନ୍ଦ୍ରକୁ ୨ୟ ଚିଠି ଲେଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ପିଜି ଓ ୟୁଜିର ଶେଷ ବର୍ଷ ପରୀକ୍ଷା ହେବ ନା ନାହିଁ, ସେନେଇ ଦ୍ଵନ୍ଦରେ ରାଜ୍ୟର ୨ ଲକ୍ଷ ଛାତ୍ରଛାତ୍ରୀ । ଏନେଇ ପୂର୍ବରୁ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା କରିବାକୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଅବଗତ କରିଥିଲା । ଖୋଦ୍ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କେନ୍ଦ୍ରକୁ ଏବାବଦରେ ଚିଠି ଲେଖି ଜଣାଇଥିଲେ । ହେଲେ କେନ୍ଦ୍ର କିଛି ନିଷ୍ପତ୍ତି ନେଉ ନାହିଁ । ଫଳରେ ନିଜ ଭବିଷ୍ୟତ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ।

କୋଭିଡ ପାଇଁ ଉଭୟ ଅନଲାଇନ କି ଅଫଳାଇନ ପରୀକ୍ଷା ହୋଇ ପାରିବ ନାହିଁ । ରାଜ୍ୟରେ ସବୁ ପିଲାଙ୍କ ପାଖରେ ଡେସ୍କଟପ୍ କିମ୍ବା ଲାପଟପ୍ ନାହିଁ । ଏପରିକି ସ୍ମାର୍ଟ ଫୋନ ବି ନଥିବା ଜଣାପଡିଛି । ଅଧିକାଂଶ ଛାତ୍ରଛାତ୍ରୀ ଗ୍ରାମଞ୍ଚଳର ହୋଇଥିବାରୁ ଇଣ୍ଟରନେଟ ସଂଯୋଗ ହୋଇପାରିବ ନାହିଁ । ତେଣୁ ଅନଲାଇନ ପରୀକ୍ଷା କରେଇବା ଅସମ୍ଭବ । ସେହିଭଳି ହଷ୍ଟେଲ ଓ କଲେଜ ଆସି ବର୍ତ୍ତମାନ ସମୟରେ ପରୀକ୍ଷା ମଧ୍ୟ ଦେବା ଅସମ୍ଭବ ।

ଏପରି ହେଲେ ପିଲାଙ୍କ ପରିବାର ସଦସ୍ୟଙ୍କ ପ୍ରତି ବିପଦ ରହିଛି । ହଷ୍ଟେଲରେ ରହିବା ସହଜ ନୁହେଁ । ଅନେକ କଲେଜରେ କୋଭିଡ ସେଣ୍ଟର କରାଯାଇଛି । ଏସବୁ ଦୃଷ୍ଟିରୁ ବିକଳ୍ପ ବ୍ୟବସ୍ଥା ବାହାର କରି ଶେଷ ବର୍ଷ ମୂଲ୍ୟାୟନ କରିବାକୁ ଅରୁଣ ପୁଣି ଚିଠି ମାଧ୍ୟମରେ କେନ୍ଦ୍ରକୁ ଜଣାଇଛନ୍ତି ।

Spread the love