ବେଆଇନ ଦେଶୀ ମଦରନ୍ଧା ଉପରେ ଅବକାରୀ ବିଭାଗର ଚଢ଼ାଉ

ବାଲେଶ୍ଵର ଜିଲ୍ଲାର ସୋର ବ୍ଲକ ଗୋପୀନାଥପୁର ପଂଚାୟତ ଅଧିନ ରେ ଥିବା ବାଘାଅମ୍ପୁଡା ଏବଂ ବାଉଁଶପାଳ ଜଙ୍ଗଲ ରେ ଥିବା ବେଆଇନ ମଦରନ୍ଧା କୁଟୀର ଶିଳ୍ପ ଉପରେ ଅଚାନକ ଅବକାରୀ ଟିମ ଚଢ଼ାଉ କରି ୮,୫୦୦ ଲିଟର ପୁଚ,୨୫୦ ଲିଟର ଦେଶୀ ମଦ ଏବଂ୧୦ଲିଟର ଆସ୍କାଫୋଟି ଜବତ କରିବା ସାଙ୍ଗକୁ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ସୂଚନା ମିଳିଛି |

ସୂଚନାଯୋଗ୍ୟ ଆଜି ସକାଳୁ ମୋବାଇଲ ବିଭାଗର ଆଇଆଇସି ଗାଲୁରାମ ସୁରେନ ଙ୍କ ତତ୍ୱାବଧାନରେ ସୋର ଓଆଇସି ସ୍ୱାତୀ ପଟ୍ଟନାୟକ ଏକ ଟିମ ଗଠନ କରି ଏହି ଚଢ଼ାଉ କରିଥିବା ସୂଚନା ମିଳିଛି |ଆଗକୁ ଏହିଭଳି ଚଢ଼ାଉ ରହିବ ବୋଲି ସୋର ଅବକାରୀ ବିଭାଗ ର ଓଆଇସି ସ୍ୱାତୀ ପଟ୍ଟନାୟକ ସୂଚନା ଦେଇଛନ୍ତି |

Spread the love