ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ: ପାସ ହାର ୭୮.୭୬ ପ୍ରତିଶତ

କଟକସ୍ଥିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରୁ ଭିଡିଓ ବାର୍ତ୍ତା ଜରିଆରେ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି । ଶିକ୍ଷାବର୍ଷ ୨୦୧୯-୨୦ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୭୮.୭୬ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ବୋର୍ଡ ସଭାପତି ରାମାଶିଷ ହଜାରା ପ୍ରମୁଖ ଉପସ୍ଥିତ ଥିଲେ ।ମାଟ୍ରିକ ପରୀକ୍ଷା ଫଳ ୱେବସାଇଟ ଓ ଏସ୍‌ଏମ୍‌ଏସ୍ ଜରିଆରେ ଉପଲବ୍ଧ ହୋଇଛି । ବୋର୍ଡର ୱେବସାଇଟ ‘www.bseodisha.ac.in’ ଓ ‘www.bseodisha.nic.in’ରେ ଛାତ୍ରଛାତ୍ରୀ ମାଟ୍ରିକ ରେଜଲ୍ଟ ଦେଖିପାରିବେ । ସେହିଭଳି OR01<roll no> ଲେଖି ଏସ୍‌ଏମ୍‌ଏସ୍ କଲେ ଫଳ ଜାଣି ପାରିବେ ।କୋଭିଡ-୧୯ କଟକଣା ମଧ୍ୟରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମହଲରେ ଉତ୍ସାହ ଦେଖାଯାଇଛି । ସେହିଭଳି କିଛି ଶିକ୍ଷାର୍ଥୀ, ଅଭିବାଭକ ଓ ଶିକ୍ଷକଙ୍କ ମନରେ ରେଜଲ୍ଟ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପିଲାମାନେ କେଉଁଠି ପଢ଼ିବେ ସେଥିପାଇଁ ମଧ୍ୟ ଯୋଜାନା ଆରମ୍ଭ ହୋଇଯାଇଛି ।ସୂଚନାଯୋଗ୍ୟ, ଚଳିତ ବର୍ଷ ୫.୬ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ଓଡ଼ିଶାରେ ୨ ହଜାର ୮୮୮ କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ହୋଇଥିଲା । ୧୦୦୦ଟି ସମ୍ବେଦନଶୀଳ କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା । ତେବେ ପରୀକ୍ଷା ପରେ ୬୦ଟି କେନ୍ଦ୍ରରେ ଖାତା ଦେଖା ଚାଲିଥିଲା। ଖାତାଦେଖା ପାଇଁ ୧୫ ହଜାର ଶିକ୍ଷକ ନିଯୁକ୍ତ ହୋଇଥିଲେ ।

Spread the love