ୱେବ୍ ପୋର୍ଟାଲ ବିରୋଧରେ ଥାନାରେ ଏତଲା ଦେଲେ ପ୍ରକୃତି ମିଶ୍ର

ପୁଣି ଚର୍ଚ୍ଚାରେ ନାୟିକା ପ୍ରକୃତି ମିଶ୍ର। ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ପାନୀୟର ବ୍ୟାବସାୟିକ ପ୍ରଚାର ଲାଗି ପ୍ରକୃତି  ଉଠାଇ ଥିବା ଫଟୋକୁ ନେଇ ତାଙ୍କ ନାମରେ ଅତିରଞ୍ଜିତ ତଥା ଉଦ୍ଦେଶ୍ୟମୂଳକ ଖବର କିଛି ପୋର୍ଟାଲରେ ପ୍ରକାଶ ପାଇଥିଲା। ଏହି କାରଣରୁ  ପ୍ରକୃତି ଏକ ୱେବ୍ ପୋର୍ଟାଲ ବିରୋଧରେ ଭୁବନେଶ୍ୱର ମଞ୍ଚେଶ୍ବର ଥାନାରେ ଏତଲା ଦେଇଛନ୍ତି। ସୋସିଆଲ୍ ମିଡିଆରେ ଏହି ଖବର ଭାଇରାଲ ହେବା କାରଣରୁ  ଏହା ତାଙ୍କର ସମ୍ମାନହାନି କରିଛି ବୋଲି ସେ ନିଜର ଏତଲାରେ ଦର୍ଶାଇଛନ୍ତି। ଗତକାଲି ସନ୍ଧ୍ୟାରେ ସେ ଏହି ୱେବ୍ ପୋର୍ଟାଲ୍ ବିରୋଧରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ପ୍ରକୃତି ଦର୍ଶାଇଛନ୍ତି ଯେ ତାଙ୍କର ଏବଂ ତାଙ୍କ ପରିବାର ବିରୋଧରେ ଏହି ପ୍ରକାର ସୁଚିନ୍ତିତ ତଥା ଉଦ୍ଦେଶ୍ୟମୂଳକ ଅପମାନଜନକ ଖବର କ୍ୟାରିୟର ଉପରେ ପ୍ରତିକୂଳ ପ୍ରଭାବ ପକାଇବ। 

Spread the love