ଅନ୍‌ଲାଇନ୍‌ରେ ଜଗା ଦର୍ଶନ!

କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ମହାମାରୀ ‘କରୋନା’ ପାଇଁ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରରେ ଦର୍ଶନ କରିପାରି ନାହାନ୍ତି ଭକ୍ତ। ଯେଉଁଥିପାଇଁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ବ୍ୟବସ୍ଥା କରାଯାଉଥିବା ଆଲୋଚନା ହେଉଛି।ଭକ୍ତମାନେ ଖୁବ୍‌ ଶୀଘ୍ର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ତେବେ ଅନ୍‌ଲାଇନ୍‌ ଜରିଆରେ ଦର୍ଶନ ବ୍ୟବସ୍ଥା କରିବା ପାଇଁ ପ୍ରଶାସନ ବିଚାରବିମର୍ଶ କରୁଥିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର ସୂଚନା ଦେଇଛନ୍ତି।ସେ କହିଛନ୍ତି-“ଅନ୍‌ଲାଇନ୍‌ ଯୋଗେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବିଚାରବିମର୍ଶ ଚାଲିଛି। ଅନ୍‌ଲାଇନ୍‌ ଦର୍ଶନ ନେଇ ଏବେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତି ଚାଲିଛି। ଶୀଘ୍ର ଚୂଡ଼ାନ୍ତ ହେବ। ପ୍ରଥମେ ପୁରୀବାସୀ ଓ ପରେ ଅନ୍ୟମାନଙ୍କୁ ଦର୍ଶନ ସୁବିଧା ମିଳିବ। ପରିଚୟପତ୍ର ଓ ତଥ୍ୟ ଦେଇ ଜଣେ ଅନ୍‌ଲାଇନରେ ବୁକିଂ କରିପାରିବେ। କେଉଁ ଦିନ ଓ କେଉଁ ସମୟରେ ଦର୍ଶନ ସୁବିଧା ମିଳିବ, ତାହା ଜଣାଇ ଦିଆଯିବ। ଜିଲ୍ଲାପାଳ ଏନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେବେ।”ଅନ୍‌ଲାଇନ୍‌ରେ ମହାପ୍ରଭୁଙ୍କୁ ଦର୍ଶନ କରି ହେବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର ଯାହା କହିଛନ୍ତି, ତାହା ତାଙ୍କର ବ୍ୟକ୍ତିଗତ ମତ। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ହୋଇନାହିଁ। ଅନ୍‌ଲାଇନ୍‌ ଦର୍ଶନକୁ ଶ୍ରୀମନ୍ଦିର ପରିଚାଳନା କମିଟିର ଅନ୍ୟ ସଦସ୍ୟମାନେ ମଧ୍ୟ ନାପସନ୍ଦ କରିଥିବା ଜଣାପଡ଼ିଛି।ଅନ୍ୟପକ୍ଷରେ ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବା ପ୍ରଶାସନିକ ସ୍ତରରେ ଆଲୋଚନା ହୋଇନି ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି।

Spread the love