ସୁପ୍ରିମକୋର୍ଟରେ ପହଞ୍ଚିଲେ ରିୟା ଚକ୍ରବର୍ତ୍ତୀ

ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିବଗଂତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ସେ ହିଁ ଦାୟୀ ବୋଲି ପ୍ରମାଣିତ କରିବା ପାଇଁ କିଛି ଗଣମାଧ୍ୟମ ଲଗାତର ଖବର ପ୍ରସାରଣ କରିଛନ୍ତି।ଏଭଳି ଏକପାଖିଆ ମିଡିଆ ଟ୍ରାଏଲ ଆଦୌ ଗ୍ରହଣୀୟ ନୁହେଁ ବୋଲି ଆବେଦନ କରି ରିୟା ଆଜି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। କୋର୍ଟଙ୍କ ରାୟ ଓ ପୁଲିସର ତଦନ୍ତ ପୂର୍ବରୁ ମିଡିଆ ତାଙ୍କୁ ଦୋଷୀ ଭାବେ ସର୍ବସମ୍ମୁଖରେ ଉପସ୍ଥାପନ କରି ସାରିଛି ବୋଲି ରିୟା କହିଛନ୍ତି।ଅନ୍ୟପକ୍ଷରେ ଆଜି ଦ୍ୱିତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି ରିୟା। ରିୟାଙ୍କ ବ୍ୟତୀତ ତାଙ୍କ ବାପା ଓ ଭାଇ ସୌଭିକ ମଧ୍ୟ ଇଡିରେ ହାଜର ହୋଇଛନ୍ତି। ଇଡି ସେମାନଙ୍କୁ ଏକାଠି ଜେରା କରିବ ବୋଲି ଜଣାପଡ଼ିଛି।ଏମାନେ ସମସ୍ତେ ୧୧ଟା ବେଳେ ଇଡି ଅଫିସରେ ପହଞ୍ଚିଥିଲେ। ଏହାର କିଛି ସମୟ ପରେ ରିୟା ଓ ସୁଶାନ୍ତଙ୍କ ବ୍ୟାସାୟିକ ମ୍ୟାନେଜର ଶ୍ରୁତି ମୋଦି ମଧ୍ୟ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।ଏହାପୂର୍ବରୁ ଅଗଷ୍ଟ ୭ରେ ବି ଇଡି ସମସ୍ତଙ୍କୁ ଜେରା କରିଥିଲା।

Spread the love