ହସ୍ପିଟାଲରୁ ଡିସଚାର୍ଜ ହେଲେ ସଞ୍ଜୟ ଦତ୍ତ

 ୨ ଦିନ ତଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଆଜି ଡିସଚାର୍ଜ ହୋଇଛନ୍ତି।ଅଗଷ୍ଟ ୮ ତାରିଖରେ ତାଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା। ହେଲେ ରିପୋର୍ଟ ନେଗେଟିଭ ଆସିଥିଲା। ତଥାପି ସଞ୍ଜୟ ଦତ୍ତଙ୍କୁ ହସ୍ପିଟାଲ ପକ୍ଷରୁ ନୀରିକ୍ଷଣରେ ରଖାଯାଇଥିଲା। ଆଜି ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ୬୬ ବର୍ଷୀୟ ସଞ୍ଜୟ ଦତ୍ତଙ୍କୁ ଦର୍ଶକମାନେ ସଡକ-୨ରେ ଦେଖିବାକୁ ପାଇବେ।ଅନ୍ୟପକ୍ଷରେ ସଞ୍ଜୟ ଦତ୍ତ ଏକାକୀ ମୁମ୍ବାଇରେ ରହୁଥିବା ବେଳେ ଲକଡାଉନ ପୂର୍ବରୁ ହିଁ ତାଙ୍କ ପତ୍ନୀ ଓ ଦୁଇ ପିଲା ଦୁବାଇରେ ରହିଛନ୍ତି।

Spread the love