A, B ଓ C ବର୍ଗରେ ବିଭକ୍ତ ହେଲା ଦୋକାନ, ଗାଇଡଲାଇନ୍ ଜାରି

ମାଲକାନଗିରି ପୌରାଞ୍ଚଳରେ ଦୋକାନ ଖୋଲିବା ନେଇ ଗାଇଡଲାଇନ୍‌ ଜାରି କରାଯାଇଛି। ସହରରେ ଦୋକାନ ଖୋଲିବା ନେଇ ଏହି ଗାଇଡଲାଇନରେ କେତେକ ବ୍ୟବସ୍ଥା ହୋଇଛି। ଦୋକାନଗୁଡ଼ିକୁ A, B ଓ C ବର୍ଗରେ ବିଭକ୍ତ କରାଯାଇଛି। ଔଷଧ ଦୋକାନକୁ A ଓ B ବର୍ଗରେ ବିଭକ୍ତ କରାଯାଇଛି। ଯାହାଫଳରେ ଦିନେ ଛଡ଼ା ଦିନେ ଔଷଧ ଦୋକାନ ସକାଳ ୭ରୁ ଦିନ ୩ ଯାଏ  ଖୋଲିବ।ସେହିପରି ଅନ୍ୟସବୁ ଦୋକାନ ପର୍ଯ୍ୟାୟକ୍ରମେ ସକାଳ ୭ରୁ ଦିନ ୨ ଯାଏ ଖୋଲିବ। ଅଗଷ୍ଟ ୩୧ ପର୍ଯ୍ୟନ୍ତ ସହରରେ ସପ୍ତାହାନ୍ତ ଶଟ୍‌ଡାଉନ୍ କଟକଣା ବଳବତ୍ତର ରହିବ ବୋଲି ପୌର ପ୍ରଶାସନ ନିଷ୍ପତ୍ତି ନେଇଛି।ଏହାସହ ଦୋକାନରେ କୋଭିଡ୍ କଟକଣା କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାହକ ମାସ୍କ ପିନ୍ଧି ନଥିଲେ ଜିନିଷ ନଦେବାକୁ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କଟକଣା ଉଲ୍ଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୌର ପ୍ରଶାସନ ଚେତାଇ ଦେଇଛି।

Spread the love