ଅଗଷ୍ଟ ୧୫ ଓ ନୂଆଖାଇରେ ସଟ୍‌ଡାଉନ୍‌ ରହିବନି ସମ୍ବଲପୁର ଜିଲ୍ଲା

ସ୍ୱାଧୀନତା ଦିବସ ଅବସରରେ ଆସନ୍ତା ୧୫ ତାରିଖ ଓ ନୂଆଖାଇ ଅବସରରେ ଆସନ୍ତା ୨୨ ଓ ୨୩ ତାରିଖ ଦିନ ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ୍‌ ରହିବ ନାହିଁ। ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‌ ସକ୍‌ସେନା ଏହି ସୂଚନା ଦେଇଛନ୍ତି।

ଜିଲ୍ଲାପାଳ ଶ୍ରୀ ସକ୍‌ସେନା ଏକ ଆଦେଶନାମା ଜାରି କରି କହିଛନ୍ତି ଯେ, ବର୍ତ୍ତମାନ ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାରେ ସାପ୍ତାହନ୍ତ (ଶନିବାର ଓ ରବିବାର) ସଟ୍‌ଡାଉନ ଚାଲିଛି। ଅଗଷ୍ଟ ୧୫ ଶନିବାର ପଡୁଥିବାରୁ ଏହି ଦିନ ଜିଲ୍ଲାକୁ ସଟ୍‌ଡାଉନ୍‌ ରଖାଯିବ ନାହିଁ। ସେହିଭଳି ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ପର୍ବ ନୂଆଖାଇ ଆସନ୍ତା ୨୩ ତାରିଖରେ ପଡୁଛି। ନୂଆଖାଇ ପୂର୍ବଦିନ ଅର୍ଥାତ ଅଗଷ୍ଟ ୨୨ ତାରିଖ (ଶନିବାର) ଦିନ ଲୋକେ ବଜାରରୁ ଜିନିଷ ପତ୍ର କିଣିବେ। ଏହାକୁ ଦୃଷ୍ଟିରେ ରଖି ୨୨ ତାରିଖ ଦିନ ସଟ୍‌ଡାଉନ୍‌ ବାତିଲ କରାଯାଇଥିବା ବେଳେ ୨୩ ତାରିଖରେ ନୂଆଖାଇ ଯୋଗୁଁ ସଟ୍‌ଡାଉନ୍‌ କ‌ୋହଳ ରହିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା ଅନୁସାରେ ଅଗଷ୍ଟ ୧୬ ଏବଂ ୧୭ (ରବିବାର ଓ ସୋମବାର) ସମ୍ବଲପୁର ଜିଲ୍ଲାରେ ସଟ୍‌ଡାଉନ୍‌ ରହିବ।

Spread the love