ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ। ଚଳିତ ବର୍ଷ ୭୦.୨୧% ଛାତ୍ରଛାତ୍ରୀ ପାସ୍ କରିଥିବା ସୂଚନା ମିଳିଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।ଚଳିତ ବର୍ଷ ମୋଟ ୯୭, ୩୭୭  ଛାତ୍ରଛାତ୍ରୀ  ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ମୋଟ ୬୮, ୩୭୪ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପାସ୍ କରିଥିବା ଛାତ୍ରଙ୍କ ସଂଖ୍ୟା- ୩୮, ୩୦୧ (୩୯%)।ପାସ୍ କରିଥିବା ଛାତ୍ରୀଙ୍କ ସଂଖ୍ୟା- ୩୦, ୦୭୩ (୩୧%)।  ସେମାନଙ୍କ ମଧ୍ୟରୁ ୨୫, ୩୩୯ (୨୬%) ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି। ୨୪,୧୨୧ (୨୪.୮%) ଛାତ୍ରଛାତ୍ରୀ ୨ୟ ଶ୍ରେଣୀରେ ରହିଥିବା ବେଳେ ୩ୟ ଶ୍ରେଣୀରେ ୧୮୨୬୮ (୧୯%) ଛାତ୍ରଛାତ୍ରୀ ରହିଛନ୍ତି। ୯୦%ରୁ ଅଧିକ ନମ୍ବର ରଖି ପାସ୍ କରିଛନ୍ତି ୧୩୭ ଛାତ୍ରଛାତ୍ରୀ।ଚଳିତବର୍ଷ ରାଜ୍ୟରେ ମୋଟ୍ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଯୁକ୍ତ ୨ରେ ପରୀକ୍ଷା ଦେଇଛନ୍ତି। ଲକ୍‌ଡାଉନ୍ କଟକଣା ଯୋଗୁ ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ଖାତା ଦେଖାରେ ସମସ୍ୟା ସୃଷ୍ଟି ହୋଇଥିଲା। ଅଗଷ୍ଟ ତୃତୀୟ ସପ୍ତାହରେ +୨ ବାଣିଜ୍ୟ ଏବଂ ଶେଷ ସପ୍ତାହରେ କଳା ପରୀକ୍ଷା ଫଳ ପ୍ରକାଶ ପାଇବ।

Spread the love