ତ୍ରିରଙ୍ଗାର ଅନାବରଣ ସର୍ବଦା ଭାବପ୍ରବଣ ମୁହୂର୍ତ୍ତ : ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ : ଦେଶ ପାଳୁଛି ୭୪ ତମ ସ୍ବାଧୀନତା ଦିବସ । ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳନ ହେବା ସହ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ସ୍ଥିତ ନିଜ ସରକାରୀ ବାସଭବନ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।
Unfurling the Tricolour is always an emotional moment.
Celebrated Independence Day at my residence. On this day, let us honour the countless sacrifices made by our people for our freedom and also pledge to build a self-reliant India. #स्वतंत्रतादिवस#AatmaNirbharBharat pic.twitter.com/FUuN4OmT7d
— Dharmendra Pradhan (@dpradhanbjp) August 15, 2020
ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରିଛନ୍ତି । ତ୍ରିରଙ୍ଗାର ଅନାବରଣ ସର୍ବଦା ଭାବପ୍ରବଣ ମୁହୂର୍ତ୍ତ । ଏହି ଦିନ ଆସନ୍ତୁ ଆମର ସ୍ବାଧୀନତା ପାଇଁ ଆମ ଲୋକମାନେ ଦେଇଥିବା ଅଗଣିତ ବଳିଦାନକୁ ସମ୍ମାନ ଦେବା ଏବଂ ଆତ୍ମନିର୍ଭର ଭାରତ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ବୋଲି ଧର୍ମେନ୍ଦ୍ର ଆହ୍ବାନ ଦେଇଛନ୍ତି ।