ଯୁବପିଢୀ ରାଷ୍ଟ୍ରନିର୍ମାଣ ସହ ନୂତନ ଓଡିଶା ଗଠନ ଦିଗରେ କାର୍ଯ୍ୟ କରିବାର ସଂକଳ୍ପ ନିଅନ୍ତୁ :ସମୀର ମହାନ୍ତି

ଭୁବନେଶ୍ୱର, :ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି ପତାକା ଉତୋଳନ କରିବା ସହ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେପକାଇଥିଲେ । କରୋନା ସଙ୍କଟ ସମୟରେ ରାଜ୍ୟବାସୀ ନିଜର ଧୈର୍ଯ୍ୟ ପ୍ରଦର୍ଶନ କରିଥିବାରୁ ରାଜ୍ୟବାସୀଙ୍କୁ ଶ୍ରୀ ମହାନ୍ତି ସାଧୁବାଦ ଦେବା ସହ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି ।
ଆଜି ଆମେ ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଛୁ । ୧୯୪୭ ମସିହା ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନ ହୋଇଥିଲା । ଭାରତକୁ ଏକ ବିକଶିତ ଦେଶ ଭାବେ ଗଢି ତୋଳିବାକୁ ହେଲେ ଭ୍ରଷ୍ଟାଚାର, ଆତଙ୍କବାଦ, ଦାରିଦ୍ର‌୍ୟ, ଜାତିବାଦ ଏବଂ ଆବର୍ଜନା ମୁକ୍ତ ଭାରତର ନିର୍ମାଣ ନିହାତି ଆବଶ୍ୟକ । ନବ ଭାରତ ଏବଂ ନୂତନ ଓଡିଶା ନିର୍ମାଣରେ ବିଶେଷ କରି ଯୁବକମାନଙ୍କ ଯୋଗଦାନ ଅତ୍ୟନ୍ତ ଆବଶ୍ୟକ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ଦେଶର ସମସ୍ତ ଯୁବଶକ୍ତି ଏକତ୍ରୀତ ହୋଇ ରାଷ୍ଟ୍ର ନିର୍ମାଣ ସହ ନୂତନ ଓଡିଶା ଗଠନ ଦିଗରେ କାର୍ଯ୍ୟ କରିବାକୁ ସଂକଳ୍ପ ନିଅନ୍ତୁ ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି ସ୍ୱାଧୀନତା ଦିବସ ପାଳନ ଅବସରରେ ଉପସ୍ଥିତ କାର୍ଯ୍ୟକର୍ତାଙ୍କ ସମେତ ସମସ୍ତ ଯୁବକମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଦେଶର ମୂଳଦୁଆକୁ ସୁଦୃଢ କରିଛନ୍ତି
 ରାଜ୍ୟସରକାର ଗୋଟିଏ ଦେଶ ଗୋଟିଏ ରାସନ ଓ ଆୟୁଷ୍ମାନ ଭାରତ ଯୋଜନାକୁ ସଫଳ ଭାବେ ରାଜ୍ୟରେ ଲାଗୁ କରନ୍ତୁ
 ନୂଆ ଭାରତ ଏବଂ ନୂତନ ଓଡିଶା ନିର୍ମାଣରେ ବିଶେଷ କରି ଯୁବକମାନଙ୍କ ଯୋଗଦାନ ଅତ୍ୟନ୍ତ ଆବଶ୍ୟକ
 ଆଗାମୀ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଓ ୨୦୨୪ ସୁଦ୍ଧା ସମସ୍ତଙ୍କ ଘରେ ପାଇପ ଯୋଗେ ପାଣି ପହଂଚାଇବାର କାର୍ଯ୍ୟ ମୋଦି ସରକାର କରୁଛନ୍ତି

ବିଗତ ୬ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶର ମୂଳଦୁଆକୁ ସୁଦୃଢ କରିଛନ୍ତି । ଗରିବ କଲ୍ୟାଣ ଯୋଜନା ଏବଂ ଆତ୍ମନିର୍ଭର ଭାରତ ଯୋଜନାକୁ ପ୍ରଧାନମନ୍ତ୍ରୀଲାଗୁ କରିଛନ୍ତି । ଏହା ପୂର୍ବରୁ ଗୋଟିଏ ଦେଶ ଗୋଟିଏ ରାସନ ଓ ଆୟୁଷ୍ମାନ ଭାରତ ଯୋଜନାର ଲାଭ ଓଡିଶା ବ୍ୟତୀତ ଅନ୍ୟ ରାଜ୍ୟମାନେ ଉଠାଉଛନ୍ତି ।
ରାଜ୍ୟସରକାର ଏହି ଯୋଜନା ଗୁଡିକୁ ସଫଳ ଭାବେ ରାଜ୍ୟରେ ଲାଗୁ କରନ୍ତୁ । ଆଗାମୀ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଓ ୨୦୨୪ ସୁଦ୍ଧା ସମସ୍ତଙ୍କ ଘରେ ପାଇପ ଯୋଗେ ପାଣି ପହଂଚାଇବାର କାର୍ଯ୍ୟ ମୋଦି ସରକାର କରୁଛନ୍ତି ଏବଂ ରାଜ୍ୟ ସରକାରଙ୍କ ସହଯୋଗ ରହିଲେ ରାଜ୍ୟବାସୀ ଏହା ଦ୍ୱାରା ଉପକୃତ ହୋଇପାରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ପତାକା ଉତୋଳନ ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା । ପରେ ସମସ୍ତ କାର୍ଯ୍ୟକର୍ତା ମିଠା ବାଂଟି ପରସ୍ପରକୁ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇଥିଲେ ।
ଜାତୀୟ ପତାକା ଉତୋଳନ ଅବସରରେବିଧାୟିକା କୁସୁମ ଟେଟେ, ଉପସଭାପତି ପ୍ରଭାତି ପରିଡା, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ବରିଷ୍ଠ ନେତା ପ୍ରସନ୍ନ ପଟ୍ଟନାୟକ, ମହେଶ ମହାନ୍ତି, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ବିରଂଚୀ ନାରାୟଣ ତ୍ରିପାଠୀ, ଉମାକାନ୍ତ ପଟ୍ଟନାୟକ, ଦିଲୀପ ମଲ୍ଲିକ, ଶାରଦା ଶତପଥୀ, ସୁରଥ ବିଶ୍ୱାଳ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Spread the love