ଶରଦ ପାୱାରଙ୍କ ୪ କର୍ମଚାରୀଙ୍କୁ କରୋନା

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାୱାରଙ୍କ ଦକ୍ଷିଣ ମୁମ୍ବାଇରେ ଥିବା ଘରେ କାମ କରୁଥିବା ୪ କର୍ମଚାରୀ କରୋନାରେ ପୀଡ଼ିତ ହୋଇଥିବା ସୂଚନା ମିଳିଛି। ତେବେ ଟେଷ୍ଟ ପରେ ଶରଦଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି। ଏହାପରେ ବି ଶରଦ ଆଉ ୫-୬ ଦିନ ସେଲ୍ଫ ଆଇସୋଲେଶନରେ ରହିବେ ବୋଲି ପ୍ରକାଶ କରିଛନ୍ତି। ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯଦିଓ ପାୱାରଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି ତଥାପି ତାଙ୍କୁ ଏବେ ବାହାରକୁ ଯିବାକୁ ବାରଣ କରାଯାଇଛି। ଏବେ ଯେଉଁମାନେ କରୋନାରେ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ତାକୁ ନେଇ ଏବେ ଆରମ୍ଭ ହୋଇଛି କଣ୍ଟାକ୍ଟ ଟ୍ରେସିଂ।

Spread the love