ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ

ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପରୀକ୍ଷାଫଳ ଘୋଷଣା କରିଛନ୍ତି । ଛାତ୍ରଛାତ୍ରୀମାନେ orissaresults.nic.in, www.chseodisha.nic.in, examresults.net ୱେବସାଇଟ୍‌ରେ ଫଳ ଦେଖିପାରିବେ ।ଚଳିତ ବର୍ଷ ମୋଟ୍ ୨୫ ହଜାର ୭୭୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୧୯ ହଜାର ୩୧୮ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପ୍ରଥମ ଶ୍ରେଣୀରେ ୬୬୧୦ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଦ୍ହିତୀୟ ଶ୍ରେଣୀରେ ୪୨୫୯ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିପରି ତୃତୀୟ ଶ୍ରେଣୀରେ ୮୩୬୧ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।ମାର୍ଚ୍ଚ ୩ରୁ ୧୧୪୩ କେନ୍ଦ୍ରରେ ଆରମ୍ଭ ହୋଇଥିଲା ପରୀକ୍ଷା । ପ୍ରାୟ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଦେଇଥିଲେ । କରୋନା କଟକଣାରେ ଜୁନ୍ ୧ରୁ ଖାତାଦେଖା ଆରମ୍ଭ ହୋଇଥିଲା । ଅଗଷ୍ଟ ୩୧ ସୁଦ୍ଧା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ଫଳ ପ୍ରକାଶ ପାଇବ । ଚଳିତବର୍ଷ ଯୁକ୍ତ ୨ ରେ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଗତ ୧୨ ତାରିଖରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇଥିଲା ।  

Spread the love