ଆଜି ରାଜ୍ୟରେ  ୨୫୮୯ କରୋନା ଆକ୍ରାନ୍ତ

ରାଜ୍ୟରେ  ନୂଆ ୨୫୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୩ ହଜାର ୧୫ କରୋନା ଟେଷ୍ଟ ହୋଇଛି।  RTPCR, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ଏହି ପରୀକ୍ଷା ହୋଇଛି।  RTPCRରେ ୫,୦୬୮, ଆଣ୍ଟିଜେନ୍‌ରେ ୪୭,୮୩୪, ଟ୍ରୁନଟ ମାଧ୍ୟମରେ ୧୧୩ ଜଣଙ୍କ ନମୁନା ପରୀକ୍ଷା ହୋଇଥିବା କହିଛନ୍ତି  ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

Spread the love