ରାଜ୍ୟରେ ଚିହ୍ନଟ ହେଲେ ୨,୮୧୯ କରୋନା ଆକ୍ରାନ୍ତ,

ରାଜ୍ୟରେ ନୂଆ ୨,୮୧୯  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୧୧୨୮ ଟି ହେଉଛି ଲୋକାଲ୍ କେସ୍‌। ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୭୫ ହଜାର ଟପି ଯାଇଥିବା ବେଳେ ଆରୋଗ୍ୟ ହାର ମଧ୍ୟ ୫୦ ହଜାର ଟପିଥିବା ଜଣାଯାଇଛି।ଲଗାତାର କିଛି ଦିନ ଧରି ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହାର ବେକାବୁ ହୋଇ ଚାଲିଥିବା ବେଳେ ଆଜି ବି ଏହି ସଂଖ୍ୟା ସର୍ବାଧିକ ରହିଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୫ ହଜାର ଟପି ଯାଇଛି। ଏହି ସଂଖ୍ୟା ୭୫,୫୩୭ରେ ପହଞ୍ଚିଥିବା ବେଳେ ୫୦, ୫୦୩ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ରାଜ୍ୟରେ ୨୪,୫୮୨ ଆକ୍ଟିଭ କେସ୍‌ ରହିଛି।

Spread the love