୩୧ ଡିସେମ୍ବର ଯାଏ ବଢ଼ିଲା ଗାଡ଼ି କାଗଜପତ୍ର ଅବଧି

ମହାମାରୀ କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣିଥରେ ଗାଡ଼ି ଡକ୍ୟୁମେଣ୍ଟ ଭ୍ୟାଲିଡିଟି ଅବଧିକୁ ବୃଦ୍ଧି କରିଛନ୍ତି। ଏବେ ଡିସେମ୍ବର ୩୧ ଯାଏ ସମସ୍ତ ଗାଡ଼ିର କାଗଜପତ୍ରର ବୈଧ ରହିବ। ଯଦି କାଗଜପତ୍ରର ଭ୍ୟାଲିଡିଟି ଶେଷ ହୋଇଯିବ, ତା’ହେଲେ ବି ତାଙ୍କୁ କୌଣସି ଫାଇନ ଦେବାକୁ ପଡ଼ିବ ନାହିଁ। ଏ ସମ୍ପର୍କରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦେଇଛନ୍ତି। ଏଥିସହ ସମସ୍ତ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି।୪ର୍ଥ ଥର ପାଇଁ କେନ୍ଦ୍ର ସରକାର ଗାଡ଼ି କାଗଜପତ୍ରର ଅବଧି ବୃଦ୍ଧି କରିଛନ୍ତି। ଏହାର ଅର୍ଥ ଡିସେମ୍ବର ୩୧ ଯାଏ ଫିଟନେସ, ପରମିଟ, ଡ୍ରାଇଭିଂ ଲାଇସେନ୍ସ, ପଞ୍ଜୀକରଣ କିମ୍ବା ଅନ୍ୟ ସମସ୍ତ ପ୍ରକାରର ଡ୍ୟକୁମେଣ୍ଟ ବୈଧ ବୋଲି ଧରାଯିବ। ପୂର୍ବରୁ କେନ୍ଦ୍ର ସରକାର ସେପ୍ଟେମ୍ବର ୩୦ ଯାଏ କାଗଜପତ୍ରର ଅବଧିକୁ ବୃଦ୍ଧି କରିଥିଲେ।

Spread the love