କେନାଲ ର ମନମୁଖୀ କାର୍ଯ୍ୟ ପାଇଁ ଆଜି ସହ ସହ ଚାଷୀ ମୁଣ୍ଡରେ ଚଡକ

ସୋର,୨୬/୦୮:ବାଲେଶ୍ଵର ଜିଲ୍ଲାର ସୋର ବ୍ଲକ ଗୋପୀନାଥପୁର ପଂଚାୟତ ମଙ୍ଗଳପୁର କେନାଲ କାମ ମନମୁଖୀ କାର୍ଯ୍ୟ ହେଉଥିବା ଅଭିଯୋଗ। ସୂଚନାଯୋଗ୍ୟ କିଛିଦିନ ଧରି ଶ୍ରୀ ରକ୍ଷଣ ନାମକ ଏକ କମ୍ପାନୀ ଏହି କେନାଲ କାମ କରୁଥିଲେ କିନ୍ତୁ ବେଖିଆଲି ମନୋଭାବ ଯୋଗୁଁ ଆଜି ଏପରି ଅବସ୍ଥ। । ଏହି କିଛିଦିନ ଧରି ଲଗାଣ ବର୍ଷା ଯୋଗୁଁ କେନାଲ ପାଣି ଜମି ଚାଷ ଜମି କ୍ଷତି କରିବା ସାଙ୍ଗକୁ ଘର ରାସ୍ତାରେ ପାଣି ଜମିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଖବର ପାଇ ମାର୍କୋନା ଡିଭିଜନ ର ଏସଡ଼ିଉ ପି. କେ. ସାହୁ ସେ ସବୁ ସ୍ଥାନରେ ପହଁଚି ଥିଲେ କିନ୍ତୁ ନୂଆପାଟଣା ଗ୍ରାମର ଗ୍ରାମବାସୀ ମାନେ କେନାଲ ପାଣି ମାଡି ଯାଇ ଯେଉଁ କ୍ଷତି ସହିଛନ୍ତି ଆଗକୁ ଏଭଳି ସମସ୍ୟା ସୃଷ୍ଟି ନ ହୁଏ ଏବଂ ତୁରନ୍ତ ଏହାର ସମାଧାନ ପାଇଁ ଦାବି କରିବା ସହିତ କେନାଲ ଏସଡ଼ିଉ ଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଯଦି କେନାଲ ପାଣି ନିଷ୍କାସନ ନ ହୁଏ ତେବେ ଆଗକୁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେବାକୁ ପଡିବ। ଏହି କେନାଲ ପାଣି ନିଷ୍କାସନ ସାଙ୍ଗକୁ ଡ୍ରେନେଜ ବ୍ୟବସ୍ଥା କରିବାକୁ କେନାଲ ଉଚ୍ଚ କତ୍ତୃପକ୍ଷ ଙ୍କୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।

Spread the love