ପ୍ରତିଶୋଧ ନେଲା ଭାରତ, ପାକିସ୍ତାନରେ ପଶି 1000 କେଜି ବୋମାମାଡ; ବହୁ ଆତଙ୍କୀ ଶିବିର ଧ୍ୱଂସ

ପୁଲୱାମା ଆତଙ୍କବାଦୀ ଆକ୍ରମଣର ଭାରତ ନେଲା ବଦଲା । ପାକିସ୍ତାନ ଭିତରେ ପଶି ବୋମା ମାଡ କରିଛି ଭାରତ । ଭାରତୀୟ ବାୟୁସେନା ମଙ୍ଗଳବାର ସକାଳେ 3ଟା 30ରେ ବହୁତ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଭାରତୀୟ ଏୟାରଫୋର୍ସର କେତେକ ବିମାନ ଏଲଓସି ପାର କରି ପାକିସ୍ତାନରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବାୟୁସେନା ସେପଟେ ଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଠିକଣାକୁ ଧ୍ୱଂସ କରିଦିଆଯାଇଛି । 

ଏହି ସମୟରେ ବାୟୁସେନା ବୋମା ବର୍ଷଣ କରି ଅନେକ ଆତଙ୍କବାଦୀ ଠିକଣାକୁ ଧ୍ୱଂସ କରିଦେଇଛି । ଜଣାପଡିଛି କି, ବାୟୁସେନା ଏହି ଅପରେସନ ପାଇଁ 10ରୁ ଅଧିକ ମିରାଜ 2000 ବିମାନର ବ୍ୟବହାର କରିଛି । ପାକିସ୍ତାନରେ ଆତଙ୍କୀ ଶିବିର ଉପରକୁ ଭାରତୀୟ ସେନାର ଆକ୍ରମଣ ନେଇ ଜଣାପଡିଛି ।

ଭାରତର 12 ମିରାଜ୍ 2000 ଜେଟ୍ ପାକିସ୍ତାନରେ1000 କିଲୋର ବୋମା ପକାଇଥିବା ସୂଚନା ମିଳିଛି । ତେବେ ଏଯାବତ୍ ଭାରତୀୟ ବାୟୁସେନା ତରଫରୁ ସେଭଳି କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହି । ମିରାଜ୍ ଫାଇଟର ଜେଟ ପାକିସ୍ତାନର ଆତଙ୍କୀ କ୍ୟାମ୍ପକୁ ନଷ୍ଟ କରିପକାଇଛି । ପାକିସ୍ତାନର ସେନା ନିଜେ ଏହାକୁ ସ୍ୱୀକାର କରିଛି ଏବଂ ଭାରତର ବିମାନ ସୀମାପାର କରି ପାକିସ୍ତାନ ସୀମାରେ ପ୍ରବେଶ କରିଛି ବୋଲି ଅଭିଯୋଗ ଆଣିଛି । ସୂଚନା ମୁତାବକ, ରାତି ପାଖାପାଖି ସାଢେ 3 ଟା ବେଳେ ଭାରତୀୟ ଜେଟ୍ ପାକିସ୍ତାନରେ ପଶି ମୁହଁତୋଡ ଜବାବ ଦେଇଛି । ଜୈସ ଏବଂ ଅନ୍ୟ ଆତଙ୍କୀ ସଂଗଠନମାନଙ୍କର ଲଞ୍ଚ ପ୍ୟାଡକୁ ଟାର୍ଗେଟ କରାଯାଇଥିଲା ।

ପୁଲବାମା ଆକ୍ରମଣ ପରଠୁ ହିଁ ଭାରତ ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନର ସଂକେତ ଦିଆଯାଉଥିଲା । ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ ଦ୍ୱାରା ବହୁ କ୍ଷୟ କ୍ଷତି ହୋଇଛି ମାତ୍ର ଏହାର କୌଣସି ସଠିକ୍ ଆକଳନ ମିଳିପାରିନାହିଁ । କାଶ୍ମୀରର ଏଲଓସିରେ ମଧ୍ୟ ଏହାକୁ ନେଇ ଅସନ୍ତୋଷ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଏୟାରଫୋର୍ସ ବେସରେ ହାଇ ଏକ୍ଟିଭିଟି ନଜର ଆସିଛି ।

ANI @ANI
 

Pakistan claims “Indian Air Force violated Line of Control. Pakistan Air Force immediately scrambled. Indian aircraft gone back.”

347 people are talking about this
 
 

ପାକିସ୍ତାନୀ ସେନା ମୁଖପାତ୍ର ଜେନେରାଲ ଆସିଫ ଗଫୁର ଭାରତ ବିରୋଧରେ ଅଭିଯୋଗ ଆଣି ଟୁଇଟରେ କହିଛନ୍ତି, ଭାରତୀୟ ବାୟୁସେନା ମୁଜଫରାପୁର ସେକ୍ଟରରେ ପ୍ରବେଶ କରିବାକୁ ଉଦ୍ୟମ କରିଛି । ସେ ଲେଖିଛନ୍ତି, ପାକିସ୍ତାନୀ ସେନା ଦ୍ୱାରା ଠିକ ସମୟରେ ପ୍ରଭାବୀ ଜବାବ ଦିଆଯାଇଛି । ସେ କହିଛନ୍ତି, ଏହି ଘଟଣା ଯୋଗୁଁ କୌଣସି ଅସୁବିଧା ହୋଇ ନାହିଁ । ପାକିସ୍ତାନ ସୋମବାର ଏବଂ ମଙ୍ଗଳବାର ରାଜୌରୀ ଏବଂ ପୁଂଛ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲଂଘନ କରିଛି ।

Spread the love