ତୁମ ପରି ଛୋଟ ପିଲାଟିଏ’ ଅଡିଓ, ଭିଡିଓ ଲୋକାର୍ପିତ

ଭୁବେନଶ୍ୱର,ଗୁରୁଦିବସର ଅବ୍ୟବହିତ ପୂବର୍ରୁ ଜାତୀୟତା, ଭାଷାପ୍ରୀତି ଶିକ୍ଷା ଦେଇଥିବା ଏ ଜାତିର ମହାନ୍ ଗୁରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଉଦେଶ୍ୟରେ ‘ତୁମ ପରି ଛୋଟ ପିଲାଟିଏ’ର ସଙ୍ଗୀତ ଓ ନାଟ୍ୟ ରୂପାନ୍ତର ଅଡିଓ ଓ ଭିଡିଓ ଶୁକ୍ରବାର  ଲୋକାର୍ପିତ ହୋଇଛି । ଗୀତରେ ଗୀତରେ ଉତ୍କଳର ଗୌରବ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସୁର୍ ସୁର୍ ଭାଇବ୍ରେସନ ପରିସରରେ ଅନୁଷ୍ଠିତ ଏହି ଲୋକାପର୍ଣ ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ସମାଜସେବୀ ଜ୍ୟେତ୍ସ୍ନା ପରିଡ଼ା, ସାହିତ୍ୟିକ ସରୋଜ ବିଶ୍ୱାଳ ଅତିଥି  ଭାବେ ଯୋଗଦେଇ  ଅଡିଓ, ଭିଡିଓର ଲୋକାପର୍ଣ କରିଥିଲେ । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ସୁଶିଲ କୁମାର ଦାସ ଧନ୍ୟବାଦ ଅପର୍ଣ କରିଥିଲେ । ପ୍ରକାଶ ଥାଉକି ଓଡ଼ିଶାର ହୃତ ଗୌରବର ପୁନରୁଦ୍ଧାର ପାଇଁ ସୁର୍ ଭାଇବ୍ରେସନ ଅଧ୍ୟକ୍ଷା ଡ. ଜୟଶ୍ରୀ ଧଳ ଏହା ପୂବର୍ରୁ ମଧୁବାବୁଙ୍କ ଲିଖିତ ‘ମା’ ମା’ ବୋଲି…’ ବହୁ ଚର୍ଚ୍ଚିତ କବିତାକୁ ସଙ୍ଗୀତ ଓ ନାଟ୍ୟରୂପ ଦେଇସାରିଛନ୍ତି ।
ଓଡ଼ିଆ ଜନମାନସର ପୂଜ୍ୟପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଶୈଶବ ଅବସ୍ଥାର ଏକ ମାର୍ମିକ ଘଟଣା ଉପରେ ଆଧାରିତ କବି ଡ. ଜଗନ୍ନାଥ ମହାନ୍ତିଙ୍କ ଲିଖିତ ତୁମ ପରି ଛୋଟ ପିଲାଟିଏ କବିତା ସର୍ବାଜନାଦୃତ । ‘ତୁମ ପରି ଛୋଟ ପିଲାଟିଏ…’ କବିତାଟି ବୋଲିବାବେଳେ ହେଉ ଅବା ଶୁଣିବା ବେଳେ ମଧୁବାବୁଙ୍କ କଥା ମନରେ ଉଙ୍କି ମାରିଥାଏ । ପିଲାଟି ଦିନରୁ ତାଙ୍କର ସମାଜସେବା ପ୍ରତି ମନ ବଳିଯାଇଥିଲା । ତେଣୁ ସେ ଜୀବନର ଶେଷ ପର୍ଯ୍ୟନ୍ତ  ସମାଜସେବା ରେ ନିଜକୁ ସମର୍ପିତ କରିଦେଇଥିଲେ।  ପାଠପଢ଼ା ପ୍ରତି ଥିବା ତାଙ୍କର ମନୋବଳ ଆଗରେ  ବର୍ଷା, ପବନ କାଦୁଅ ହାର୍ ମାନିଯାଇଛନ୍ତି।

ଆଉ ସାଙ୍ଗ ସାଥୀଙ୍କୁ ନେଇ ରାସ୍ତା ମରାମତି କରିବାର କାହାଣୀ ଏହି କବିତୋର କବି ସ୍ଥାନୀତ କରିଛନ୍ତି । ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ପାଇଁ ସବର୍ଦା କାର୍ଯ୍ୟ କରୁଥିବା ଅନୁଷ୍ଠାନ ଅଧ୍ୟକ୍ଷା, ସଙ୍ଗୀତ ନିର୍ଦେଶୀକା ତଥା କଣ୍ଠଶିଳ୍ପୀ ଡ. ଜୟଶ୍ରୀ ଧଳ ଏହାର ସ୍ୱର ସେଂଯାଜନା ସହ କଣ୍ଠଦାନ କରିଛନ୍ତି । ମଧୁବାବୁଙ୍କ ଜନ୍ମମାଟି ସତ୍ୟଭାମାପୁରରେ ସୁଟିଂ କରାଯାଇଥିବା ଏହି ସଙ୍ଗୀତର ନାଟ୍ୟ ରୂପାନ୍ତରକୁ ଚନ୍ଦ୍ରଭାନୁ କର ନିର୍ଦେଶନା ଦେଇଥିବା ବେଳେ ଶିଶୁ ମଧୁବାବୁଙ୍କ ଭୂମିକାରେ ଶିଶୁ କଳାକାର  ଶ୍ରୟାଙ୍କ ନିଖୁଣ ଅଭିନୟ ଦେଖିବାକୁ ମିଳିଛି ।

Spread the love