ରିଆ ଚକ୍ରବର୍ତ୍ତୀ ଗିରଫ

ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି। ଆଜି ତୃତୀୟ ଦିନରେ ଜେରା କରିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ତାଙ୍କୁ ଗିରଫ କରିଛି। ଗିରଫ ହୋଇଥିବା  ଅନ୍ୟ ଅଭିଯୁକ୍ତଙ୍କ ସହିତ ତାଙ୍କୁ ସେପ୍ଟେମ୍ବର ୯ ତାରିଖରେ କୋର୍ଟରେ ହାଜର କରାଯିବ। ଏନସିବି ଏହି ସମସ୍ତ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପାଇଁ କୋର୍ଟରେ ରିମାଣ୍ଡ ପାଇଁ ଆବେଦନ କରିପାରେ ବୋଲି କୁହାଯାଉଛି।ତାଙ୍କୁ ଗତ ତିନି ଦିନ ଧରି ଜେରା କରାଯାଉଛି। ଏନସିବି ପ୍ରଥମେ ସେପ୍ଟେମ୍ବର ୬ ଏବ ପରେ ୭ ଓ ୮ ତାରିଖରେ ହାଜର ପାଇଁ ସମନ୍ ଜାରି କରିଥିଲା।

Spread the love