ଆରଏଚ୍‌ଓଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ) :    ଆଞ୍ଚଳିକ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣର ବିଭାଗର  ଅଧିକାରୀ ଡାକ୍ତର ମିତାଲି ମଧୁସ୍ମିତା ମିଶ୍ର ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ସମସ୍ତ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ସରକାରଙ୍କ ପକ୍ଷରୁ ୩ ଜଣିଆ ଟିମ୍‌ ଆସି ଜିଲ୍ଲାର ସମସ୍ତ ଉପଖଣ୍ଡ ଡାକ୍ତରଖାନା, ଗୋ‌ଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିଛନ୍ତି। 

ଏସବୁ ଡାକ୍ତରଖାନା ବିଭାଗ ବୁଲି ରୋଗୀମାନଙ୍କର ଚିକିତ୍ସା, ଖାଇବା ବ୍ୟବସ୍ଥା, ନିରାମୟ ଔଷଧ ବ୍ୟବସ୍ଥା ସହିତ ରୋଗୀମାନଙ୍କଠାରୁ କେଉଁ ବାବଦରେ ଟଙ୍କା ନେଉଛନ୍ତି, ଚିକିତ୍ସାଳୟର ଗୃହ ସମସ୍ୟା, ଡାକ୍ତରଙ୍କ ସମସ୍ୟା ପ୍ରଭୃତି ସହିତ ଚିକିତ୍ସାଳୟର ସଫାସୁତୁରା ଉପରେ ବୁଲି ଦେଖିଥିଲେ।  ଏଥି ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରରେ ପରିଷ୍କାର ପରିଚ୍ଛନତାକୁ ଗୁରୁତ୍ବ ଦେଇଥିଲେ।

ରିଜିଓନାଲ ହେଲ୍ଥ ଅଫିସର (ଆରଏଚ୍‌ଓ) ଡାକ୍ତର ମିଶ୍ର କହିଛନ୍ତି, ରାଜ୍ୟର ୧୫ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ବୁଲିବା ଭିତରେ ଅନୁଗୁଳ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସର ସଫାସୁତରା  ବେଶ୍ ଭଲ । 

Spread the love