ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ସୁରକ୍ଷିତ ଫେରିବେ: ପୂର୍ବତନ ରାଷ୍ଟ୍ରଦୂତ ଜି. ପାର୍ଥସାରଥୀ

ଫେବୃଆରୀ 27 ତାରିଖରେ ଭାରତ- ପାକ୍ ମଧ୍ୟରେ ହୋଇଥିବା ଅଘୋଷିତ ଯୁଦ୍ଧ ରେ ଜଣେ ଭାରତୀୟ କମାଣ୍ଡର ପାକିସ୍ତାନୀ ସୈନ୍ୟଙ୍କ ଦ୍ବାରା ଗିରଫ ହୋଇଛନ୍ତି । ଏ ଘଟଣା 1999 ମସିହାର ନଚିକେତାଙ୍କ କଥା  ମନେ ପକାଇଦେଇଛି । ଭାରତର ପୂର୍ବତନ ରାଷ୍ଟ୍ରଦୂତ ଜି ପାର୍ଥସାରଥୀ କହିଛନ୍ତି ଅଭିନନ୍ଦନଙ୍କର ପାକିସ୍ତାନୀ ସେନା କିମ୍ବା ପାକିସ୍ତାନ ସରକାର କିଛି କରିପାରିବନି । ସେ ସୁରକ୍ଷିତ ଫେରିବେ । ପାର୍ଥ ସାରୀଥୀ 1999 ମସିହାରେ ପିଓକେରେ ଫସିଥିବା ନଚିକେତାଙ୍କୁ ଭାରତ ଫେରାଇ ଆଣିବାରେ ଥିଲେ ଚାଣକ୍ୟ । ସେ ଏଥର ମଧ୍ୟ ଦାବି କରିଛନ୍ତି ଯେ ପାକିସ୍ତାନରୁ ଅଭିନନ୍ଦନ ସୁରକ୍ଷିତ ଫେରିବେ । ପାର୍ଥସାରଥୀ କହିଛନ୍ତି ଅନ୍ତଜାତୀୟ ସ୍ତରରେ ପାକିସ୍ତାନ ଉପରେ ଚାପ  ପ୍ରୋୟଗ କରାଯିବ । ସେ ଆହୁରିମଧ୍ୟ କହିଛନ୍ତି  1929 ମସିହା ଜେନାଭା ଆଇନକୁ ପାକିସ୍ତାନ ମାନିବାକୁ ବାଧ୍ୟ । ସେ କେବେବି ସେହି ଆଇନ ଉଲ୍ଲଂଘନ କରିପାରିବ ନାହିଁ  । 

ପ୍ରକାଶ ଥାଉକି, 20 ବର୍ଷ ତଳେ କାରଗିଲ ଯୁଦ୍ଧ ବେଳେ ନଚିକେତାଙ୍କୁ ଭାରତର ଲଢୁଆ ବିମାନ ମିଗ୍ 27 ଉଡାଣ ପାଇଁ ଅନୁମତି ମିଳିଥିଲା । ଶତ୍ରୁପକ୍ଷ ଅତି ନିକଟକୁ ଯାଇ 17 ହଜାର ଫୁଟ  ଉଚ୍ଚରୁ ରକେଟ ମାଡ କରିଥିଲେ । ରକେଟ ପାକିସ୍ତାନୀ ଅନୁପ୍ରବେଶଙ୍କ ଉପରେ ପଡିବା ପରେ ସେମାନଙ୍କର  ବ୍ୟାପକ କ୍ଷତି ହୋଇଥିଲା । ମାତ୍ର ମିଗ୍ ବିମାନର ଇଞ୍ଜିନ ଖରାପ ହୋଇଯିବାରୁ ବିମାନଟି ଜଳିଯାଇଥିଲା ସତ, ହେଲେ ନଚିକେତା ସୁରକ୍ଷିତ ବାହାରକୁ ଆସିଯାଇଥିଲେ । ହେଲେ ସେ ଅଞ୍ଚଳ ଥିଲା ପାକ୍ ଅଧିକୃତ ଅଞ୍ଚଳ । ଏହି ଖବର ପ୍ରସାରିତ ହେବାପରେ ଅନ୍ତର୍ଜାତୀୟ ସ୍ତରରୁ ପାକିସ୍ତାନ ଉପରେ ଚାପ ପଡିଥିଲା ଆତହ ପାଇଲଟଙ୍କୁ ଫେରାଇବା ପାଇଁ।  8ଦିନ  ଭିତରେ ପାକିସ୍ତାନରୁ ନଚିକେତା ଭାରତ ଫେରିଥିଲେ । ଏଥର ମଧ୍ୟ ଅଭିନନ୍ଦନ ଭାରତ ସୁରକ୍ଷିତ ଫେରିବେ ବୋଲି ପୂର୍ବତନ ରାଷ୍ଟ୍ରଦୂତ ଜି.  ପାର୍ଥସାରଥୀ କହିଛନ୍ତି ।

Spread the love