ଚକ୍ରବ୍ୟୂହରେ ଚକ୍ରାନ୍ତକାରୀ; ଚୀନ୍ ଚୁପ୍, ଭାରତକୁ ଅଷ୍ଟ୍ରେଲିଆର ସମର୍ଥନ

ବାଲାକୋଟରେ ଭାରତର ସାଂଘାତିକ ବୋମା ବର୍ଷଣ ପରେ ପାକିସ୍ତାନ ଭୟଭୀତ ହୋଇପଡିଛି । କିନ୍ତୁ ଅନ୍ୟ ରାଷ୍ଟ୍ରଗୁଡିକ ଭାରତର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଚୀନ ମଧ୍ୟ  ଏଥିପାଇଁ ଭାରତକୁ ସମର୍ଥନ ଜଣାଇଛି । ତେବେ ଆତଙ୍କବାଦୀକୁ ଦମନ କରିବା ପାଇଁ ଆତଙ୍କବାଦୀ ସମନ୍ୱୟ ରଖି କାର୍ଯ୍ୟାନୁଷ୍ଠାନ ନେଲେ ଭଲ ହେବ ବୋଲି ଭାରତକୁ ଚୀନ ପରମର୍ଶ ଦେଇଛି । କିନ୍ତୁ ପାକିସ୍ତାନକୁ ସୁହାଇବାଭଳି ଚୀନ ସେପରି କିଛି କହିନାହିଁ । ସେହିଭଳି ଆତଙ୍କବାଦୀକୁ ସଫା କରିବା ପାଇଁ ଅଷ୍ଟ୍ରେଲିଆ ପକ୍ଷରୁ ପାକିସ୍ତାନିକୁ କୁହାଯାଇଛି ।  ଦକ୍ଷିଣ ଏସିଆର ଦୁଇ ପ୍ରମୁଖ  ରାଷ୍ଟ୍ର ଭାରତ ଓ ପାକିସ୍ତାନ ପରସ୍ପର ମଧ୍ୟରେ ଶାନ୍ତି ବଜାୟି  ରଖିବା ଆବଶ୍ୟକ ।

କୌଣସି ପ୍ରକାର ଯୁଦ୍ଧରୁ  ଏମାନେ ବିରତ ରହି ଶାନ୍ତି କଥାବାର୍ତ୍ତା କରିବା ଉଚିତ  ବୋଲି ଚୀନ କହିଛି ।  ଚୀନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଲୁ କାଙ୍ଗ୍  କହିଛନ୍ତି, ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ଏହି ବିବାଦ ପ୍ରସଙ୍ଗରେ ଚୀନର ଆଭିମୁଖ୍ୟ ସ୍ପଷ୍ଟ । ଏହି  ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠାସହ  ସ୍ଥିରତା ଆଣିବା ଲାଗି ଆଲୋଚନା କରାଯିବା ଜରୁରି ।  ଅନ୍ୟପକ୍ଷରେ ଦୁଇଦେଶ ମଧ୍ୟରେ ଚାଲିଥିବା ଏହି ବିବାଦରେ ଅଷ୍ଟ୍ରେଲିଆ ଭାରତକୁ ସମର୍ଥନ ଜଣାଇଛି । ଭାରତ ଯେଉଁ ଆତଙ୍କବାଦ  ନିରୋଧ କାର୍ଯ୍ୟାନୁଷ୍ଠାନ ନେଇଛି ତାହା ସ୍ୱାଗତ ଯୋଗ୍ୟ ବୋଲି ଅଷ୍ଟ୍ରେଲିଆ କହିଛି । ସେହିଭଳି ପାକିସ୍ତାନ ଏଣିକି  ତାର ପୁରୁଣା ଅଭ୍ୟାସ ଛାଡି ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଆବଶ୍ୟକ ବୋଲି ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ମାରିସେ ପେନ୍ ବୁଧବାର କହିଛନ୍ତି । ସେ କହିଛନ୍ତି ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ପାକିସ୍ତାନ ସମସ୍ତ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ନେବା ଜରୁରି । ଏହାଦ୍ବାରା ଦୁଇଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ହୋଇପାରିବ ବୋଲି ପେନ୍ ମତ ଦେଇଛନ୍ତି ।

Spread the love