ମୁଣ୍ଡ ନୁଆଁଇଲା ପାକିସ୍ତାନ, ଭାରତ ଫେରିବେ ଅଭିନନ୍ଦନ

ଭାରତୀୟ ମାନଙ୍କ ପାଇଁ ଖୁସିର ଖବର ଏବଂ ଗର୍ବର କଥା । ଯେଉଁଥି ପାଇଁ ଭାରତର 130କୋଟି ଲୋକ ଟେନସନରେ ଥିଲେ ତାହାର ଅନ୍ତ ଘଟିଛି । ଆସନ୍ତାକାଲି ଭାରତ ଫେରୁଛନ୍ତି ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ପରିବର୍ତ୍ତନ । ଏହି କଥା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।   ଏଥିରୁ ସ୍ପଷ୍ଟ ହୋଇଛି ପାକିସ୍ତାନ ନିଜର ପରାଜୟ ସ୍ୱୀକାର କରିଛି ।  ଅନ୍ତର୍ଜାତୀୟ ଚାପରେ ମୁଣ୍ଡ ନୁଆଁଇ ଯଥାଶୀଘ୍ର ସୁରକ୍ଷିତ ଭାବରେ ପାକିସ୍ତାନ  ଅନନ୍ଦନଙ୍କୁ ଭାରତ ଫେରାଇବା ପାଇଁ ଘୋଷଣା କରିଛି । ପାକିସ୍ତାନ ପାର୍ଲାମେଣ୍ଟରେ ଏହି କଥା କହିଛନ୍ତି ଇମ୍ରାନ ଖାନ୍ ।

ପ୍ରକାଶ ଥାଉକି, ଫେବୃୟାରୀ 27 ତାରିଖ ଦିନ  ପାକିସ୍ତାନର ବିମାନ F-16କୁ ଗଳାଇ ପକାଇଥିବା ଭାରତୀୟ କମାଣ୍ଡର ଅଭିନନ୍ଦନ  ପାକିସ୍ତାନୀ ଆର୍ମୀଙ୍କ ଗୁଳିର ଟାର୍ଗେଟ ହୋଇଥିଲେ । ସୁରକ୍ଷିତ ଭାବରେ ସେ ଅବତରଣ କରିଥିଲେ ମଧ୍ୟ ସେ ପାକିସ୍ତାନରେ ପହଞ୍ଚି ଯାଇଥିଲେ । ସେତେବେଳେ ପାକିସ୍ତାନର ସ୍ଥାନୀୟ ଲୋକମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ ।

ତେବେ ଏହି କଥା ବିଭିନ୍ନ ସୋସିଆଲ ମିଡିଆ ଓ ଟିଭିରେ ପ୍ରକାଶ ପାଇବା ପରେ ଭାରତ  ଅଭିନନ୍ଦନଙ୍କୁ ଛାଡିବା ପାଇଁ ପାକିସ୍ତାନ ଉପରେ ଚାପ ପକାଇଥିଲା । ଏବଂ ଅନ୍ତାର୍ଜାତୀୟ ନିୟମ ଅନୁସାରେ ସେ ଅଭିନନ୍ଦନଙ୍କୁ ଛାଡିବାକୁ ବାଧ୍ୟ ହୋଇଛି । କିନ୍ତୁ କହିଛି ଯେ ଏହା ଦ୍ବାରା ଭାରତ ସହ ଶାନ୍ତି ପ୍ରତିଷ୍ଠା ହୋଇପାରିବ ।  ସବୁବେଳେ  ଅଶାନ୍ତି ସୃଷ୍ଟି କରୁଥିବା ପାକିସ୍ତାନ ଭାରତ ପାଇଁ ଶାନ୍ତି ପେଗାମର କଥା କହୁଛି । ତେବେ ଦେଖିବା ବାକି ରହିଲା ଭାରତ ସରକାର ଇମ୍ରାନଙ୍କ ଏହି ବାର୍ତ୍ତାକୁ କିପରି ଗ୍ରହଣ କରୁଛି ।

 

Spread the love