‘ଅଭିନନ୍ଦନ’ଙ୍କୁ ଅଭିନନ୍ଦନ…

ଭାରତର ବୀର ପୁତ୍ର ତଥା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଆଜି ଭାରତ ଫେରିବେ । ତାଙ୍କୁ ଅଭିନନ୍ଦନ  କରିବା ପାଇଁ ଭାରତବାସୀ ଅନାଇ ବସିଛନ୍ତି । ପାକିସ୍ତାନ ସମୟ ଅନୁସାରେ 3ରୁ 4 ଟା ମଧ୍ୟରେ ଭାରତୀୟ ସୀମାରେ ପ୍ରବେଶ କରିବେ ଅଭିନନ୍ଦନ । ପାକ୍ ସେନା ୱିଙ୍ଗ କମାଣ୍ଡରଙ୍କୁ ୱାଘା ସୀମା ପର୍ଯ୍ୟନ୍ତି ନେଇକି ଆସିବ । ଅଭିନନ୍ଦନଙ୍କୁ ସ୍ୱାଗତ କରିବେ ବାୟୁସେନା ପ୍ରତିନିଧି ଦଳ । ଅନ୍ୟପକ୍ଷରେ  ପୁଅକୁ  ଆଣିବା ପାଇଁ ୱାଘା ବର୍ଡରରେ ପହଁଚିଛନ୍ତି ଅଭିନନ୍ଦନଙ୍କ ବାପା-ମଆ । ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ବୁଧବାର  ପାକିସ୍ତାନ ଯୁଦ୍ଧ ବିମାନ F-16କୁ ଧ୍ୱଂସ କରିବା ପାଇଁ ପିଓକେ ଭିତରକୁ ପଶିଯାଇଥିଲେ  ।

ତାଙ୍କୁ ସେଠାରୁ ପାକ୍ ସେନା କବଜା କରି ନେଇଥିଲା । ପାକିସ୍ତାନ କବଜାରେ ଭାରତୀୟ ପାଇଲଟ୍ ଥିବା ନେଇ ଭିଡିଓ ଭାଇରାଲ ହେବା ପରେ ନିସର୍ତରେ ତାଙ୍କୁ ମୁକ୍ତ କରିବାକୁ ଭାରତ ସରକାର ଦାବି କରିଥିଲେ । ପ୍ରବଳ ଅନ୍ତର୍ଜାତିକ ଚାପ ଓ ଭାରତର ଯୁଦ୍ଧ ପ୍ରସ୍ତୁତି ଦେଖି ଶେଷରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆଜି ଅଭିନନ୍ଦନଙ୍କୁ ମୁକ୍ତ କରିବେ ବୋଲି ଗତକାଲି ଘୋଷଣା କରିଥିଲେ । ତେବେ ଅଭିନନ୍ଦନଙ୍କୁ ଅଭିନନ୍ଦନ କରିବା ପାଇଁ ସାରେ ଦେଶ ଉତ୍ସବ ମୁଖର ହୋଇଛି ।

Spread the love