ଖୋଲା ବଜାରରୁ ଋଣ କରି ଜିଏସଟି କ୍ଷତି ଭରଣା କରିବ ଓଡ଼ିଶା

 ଭୁବନେଶ୍ୱର, ୧୪/୧୦: ଋଣ କରି ଜିଏସଟି କ୍ଷତି ଭରଣା କରିବ ଓଡ଼ିଶା । କେନ୍ଦ୍ରସରକାର ଦେଲେ ଅନୁମତି । କେବଳ ଓଡ଼ିଶା ନୁହେଁ ଆଉ ୧୯ ଟି ରାଜ୍ୟକୁ ମଧ୍ୟ ମିଳିଲା ଋଣ କରିବାକୁ ଅନୁମତି । ଓଡ଼ିଶାକୁ ୨ ହଜାର ୮୫୮ କୋଟି ଟଙ୍କା ଋଣ କରିବାକୁ ଅନୁମତି ଦିଆଯାଇଛି । ମହାରାଷ୍ଟ୍ରକୁ ସବୁଠାରୁ ଅଧିକ ୧୫ ହଜାର ୪୦୦ କୋଟି ଟଙ୍କା ୠଣ କରିବାକୁ ଅନୁମତି ମିଳିଛି । ଏହି ବିକଳ୍ପରେ ସମ୍ମତି ଜଣାଇଥିବା ୨୦ଟି ରାଜ୍ୟକୁ ୬୮ ହଜାର ୮୨୫ କୋଟି ଟଙ୍କା ଋଣ କରିବାକୁ ଅନୁମତି ମିଳିଛି ।

ସୂଚନା ଅନୁଯାୟୀ, ଖୋଲା ବଜାରରୁ ଏହି ୠଣ କରିବେ ରାଜ୍ୟ । ଗତକାଲି ଜିଏସଟି କାଉନସିଲର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଅନେକ ରାଜ୍ୟ ଜିଏସଟି କ୍ଷତି ଭରଣା ପାଇଁ ଋଣ କରିବାକୁ ରାଜି ହୋଇନଥିଲେ । ସେହିପରି କିଛି ରାଜ୍ୟ ଦାବି କରୁଥିଲେ ଯେ କେନ୍ଦ୍ର ସରକାର ୠଣ କରି ଏହାକୁ ଭରଣା କରୁ । ଏହି ବିକଳ୍ପକୁ ଗ୍ରହଣ କରିନାହିଁ କେନ୍ଦ୍ର । କରୋନା ଯୋଗୁଁ କେନ୍ଦ୍ର ସରକାର ଜିଏସଟି କ୍ଷତିପୂରଣ ଦେବା ପାଇଁ ଅକ୍ଷମତା ପ୍ରକାଶ କରି ଋଣ କରି ଏହାକୁ ଭରଣା କରିବାକୁ ରାଜ୍ୟଗୁଡିକୁ କହିଥିଲେ ।

Spread the love