ଅଭିନନ୍ଦନଙ୍କ ପିତାମାତାଙ୍କୁ ଏମିତି ମିଳିଲା ସ୍ୱାଗତ, ଦେଖନ୍ତୁ ଭିଡିଓ

ଆଜି ସ୍ୱଦେଶ ଫେରିବେ ଭାରତର ବୀରପୁତ୍ର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ସାରା ଦେଶ ବାୟୁସେନାର ଏହି ସାହସୀ ପାଇଲଟଙ୍କ ଫେରିବା ବାଟକୁ ଅନେଇ ବସିଛି।ପାକ୍ ସେନା ୱିଙ୍ଗ କମାଣ୍ଡରଙ୍କୁ ପଞ୍ଜାବର ଅମୃତସରଠାରେ ଥିବା ୱାଘା-ଅଟ୍ଟାରୀ ସୀମା ପର୍ଯ୍ୟନ୍ତ ନେଇକି ଆସିବ। ଏହାପରେ ବାୟୁସେନା ପ୍ରତିନିଧି ଦଳ ଅଭିନନ୍ଦନଙ୍କୁ ସ୍ୱାଗତ କରିବେ। ସେପଟେ ଅଭିନନ୍ଦନଙ୍କ ଆସିବା ଖବର ପାଇ ବିଳମ୍ବିତ ରାତ୍ରିରେ ମାତା ପିତା ମଧ୍ୟ ଅମୃତସର ଅଭିମୁଖେ ବାହାରିଥିଲେ। ତେବେ ଫ୍ଲାଇଟ୍ ଭିତରେ ଅଭିନନ୍ଦନଙ୍କ ମାତାପିତାଙ୍କର କରତାଳି ସହିତ ଲୋକେ ସ୍ୱାଗତ କରୁଥିବାର ଏକ ଭିଡିଓ ଭାଇରାଲ ହେଉଛି।

Spread the love