ସମ୍ କୋଭିଡ ହସ୍ପିଟାଲ୍‌ରୁ ପୁଣି ସୁସ୍ଥ ହେଲେ ୮୬ ବର୍ଷୀୟା ମହିଳା

ଭୁବନେଶ୍ୱର, ୧୪/୧୦: ଉପଯୁକ୍ତ ଉତମ ଚିକିତ୍ସା, ଯତ୍ନ ଓ ସେବା ଫଳରେ ସମ୍ କୋଭିଡ୍ ହସ୍ପିଟାଲରୁ ନିୟମିତ ଭାବେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ପୁଣି ଜଣେ ବୟୋଜ୍ୟେଷ୍ଠା ମହିଳା ଏହି ମାରାତ୍ମକ ଭାଇରସ୍‌କୁ ପରାସ୍ତ କରିଛନ୍ତି।  ଢେଙ୍କାନାଳର ୮୬ ବର୍ଷୀୟା ଶ୍ରୀମତି ନିରୁପମା ମହାପାତ୍ର କରୋନା ସଂକ୍ରମିତ ହୋଇ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ। ତାଙ୍କର ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ଶାରୀରିକ ଅସୁସ୍ଥତା ଥିଲା।
କରୋନା ପଜିଟିଭ ହେବା ପରେ ସେ ଘରେ ରହି ଚିକିତ୍ସିତ ହେଉଥିଲେ । ମାତ୍ର ହଠାତ୍ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇ ପଡ଼ିବାରୁ ପ୍ରଥମେ ଢେଙ୍କାନାଳ ସରକାରୀ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ। ତେବେ କିଛି ସମୟ ମଧ୍ୟରେ ଢେଙ୍କାନାଳରୁ ତାଙ୍କୁ ଭୁବନେଶ୍ୱର ସମ୍ କୋଭିଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା।

ସମ୍ କୋଭିଡ ହସ୍ପିଟାଲ୍‌ରେ ଏହି ବୟସ୍କା ମହିଳାଙ୍କର ଉତମ ଯତ୍ନ ନେଇଥିଲେ ଡାକ୍ତର ଓ ନର୍ସମାନେ। ସମ୍ କୋଭିଡ ଟିମ୍‌ର ସଫଳ ଚିକିତ୍ସା ଫଳରେ ଶ୍ରୀମତି ମହାପାତ୍ର ସୁସ୍ଥ ହୋଇ ନିଜ ଗୃହକୁ ଫେରିଯାଇଛନ୍ତି। ମା’ ସୁସ୍ଥ ହେବା ପରେ ସମ୍ କୋଭିଡ ଟିମ୍‌କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ତାଙ୍କ ପୁଅ ଶ୍ରୀ ଇତିକାନ୍ତ ମହାପାତ୍ର।

Spread the love