ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଯୁବ ବିଜେଡ଼ି କର୍ମକର୍ତ୍ତାଙ୍କ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ

ଭୁବନେଶ୍ୱର,୧୬/୧୦: ରାଜ୍ୟ ବିଜେଡ଼ି ସମ୍ପାଦକ (ଯୁବ ବେପାର)  ଅମରେଶ ପତ୍ରୀଙ୍କ ନିର୍ଦେଶରେ ରାଜ୍ୟ ଯୁବ ବିଜେଡ଼ି ସମ୍ପାଦକ ଦିପକ କୁମାର ସାହୁ, ଯୁବ ବିଜେଡ଼ି ନେତା ରଶ୍ମି ରଞ୍ଜନ ଦାଶ ଓ ଯୁବ ବିଜେଡ଼ି ସମ୍ପାଦିକା ମହୀକ୍ଷୀତା ମିଶ୍ର ଭୁବନେଶ୍ୱର ର ବିଭିନ୍ନ ଅଂଚଳରେ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ମିତା ପରିଡା, ଶକ୍ତି ପ୍ରକାଶ ରାଉତ, ମଧୁସ୍ମିତା ସାହୁ, ପ୍ରୀତିକୁମାରି ଦାସ, ଆଶିଷ ଜେନା, ଅରୁଣ ଜଗଦେବ, ଜ୍ୟୋତିରଞ୍ଜନ ପାଲ, ଜ୍ୟୋତିରଞ୍ଜନ ବାରିକ,ମିଲନ ମହାପାତ୍ର,ବିଧିତ ଶତପଥି ଓ ଦେବାଶିଷ ପଣ୍ଡା ସହଯୋଗ କରିଥିଲେ।

Spread the love