ବଡଚଣାରେ 109କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଚାଷୀଙ୍କ ଉନ୍ନତ୍ତି ପାଇଁ ହୋଇଛି କାଳିଆ ଯୋଜନା । କାଳିଆ ଯୋଜନା ଦେଶକୁ ବାଠ ଦେଖାଇଛି । ରାଜ୍ୟର ଜଣେ ବି ଚାଷୀ କାଳିଆ ଯୋଜନାକୁ ବାଦ ପଡ଼ିବେ ନାହିଁ । ଏଥିପାଇଁ ପ୍ରତ୍ୟେକ୍ଷ ରୂପରେ ନଜର ରଖିଛି । ଚାଷୀ ପିଲାଙ୍କ ପାଇଁ କାଳିଆ ବୃତ୍ତି ଯୋଜନା ହୋଇଛି । ଚାଷୀ, ମହିଳା ଓ ଯୁବ ସମାଜ ହେବେ ଓଡ଼ିଶାର ପରିଚୟ। ‘କାଳିଆ’ ଯୋଜନା ଦେଶକୁ ବାଟ ଦେଖାଉଛି । ଏପ୍ରିଲ୍ 2 ତାରିଖରେ ‘କାଳିଆ ଯୋଜନା’ର ଦ୍ୱିତୀୟ କିସ୍ତି ଟଙ୍କା ଦିଆଯିବ ବୋଲି ଶନିବାର ପୂର୍ବାହ୍ନରେ ବଡ଼ଚଣା ଠାରେ ଆୟୋଜିତ ଜନସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଏଠାରେ ପିଏମ୍ କିଷାନ୍ ଯୋଜନାକୁ ପୁଣି କଟାକ୍ଷ କରିଛନ୍ତି ନବୀନ । ଯାଜପୁର ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବଡ଼ଚଣା-ବାଲିଚନ୍ଦ୍ରପୁର ରାସ୍ତାର ବଡ଼ଗେଙ୍ଗୁଟି ନଦୀ ଉପରେ ହାଇଲେଭଲ୍ ସେତୁ, ସୁକଦେଈପୁର-ଡିହକରଣ୍ଡା ରାସ୍ତାରେ ସାନଗେଙ୍ଗୁଟି ନଦୀ ଉପରେ ହାଇଲେଭଳ୍ ସେତୁ, ବାଇଶିମୌଜା ଧନଞ୍ଜୟ ବିଦ୍ୟାପୀଠ ଠାରେ 100 ସିଟ୍ ବିଶିଷ୍ଟ ଅନୁସୂଚିତ ଜନଜାତି ଓ ଜାତି ହଷ୍ଟେଲ୍, ବଡ଼ଚଣା ସ୍ୱାଧୀନତା ସଂଗ୍ରାମୀ ସ୍ମୃତିସ୍ତମ୍ଭ ଓ ଚଣ୍ଡିଖୋଲ ଠାରେ ଜିଲ୍ଲା ଅଡିଟ୍ କାର୍ଯ୍ୟାଳୟ ଆଦି ପ୍ରାୟ 109 କୋଟି ଟଙ୍କାର ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ।

ଏହାଛଡ଼ା ସେ ବନ୍ଦାଳୋ-ଏଣ୍ଡରପଡ଼ା ରାସ୍ତାର ଉନ୍ନତିକରଣ, ଲଳିତଗିରି-ଉଦୟଗିରି-ରତ୍ନଗିରି ରାସ୍ତାର ଉନ୍ନତିକରଣ, ସାନଗେଙ୍ଗୁଟି ନଦୀବନ୍ଧ ସୁରକ୍ଷା ପ୍ରକଳ୍ପ, ବାଲିଚନ୍ଦ୍ରପୁର ଗ୍ରିଡ୍ ସବଷ୍ଟେସନ୍‌, ଭୁବନପୁର-ଜଗନ୍ନାଥପୁର ରାସ୍ତା ସାନଗେଙ୍ଗୁଟି ନଦୀ ହାଇଲେଭଲ୍ ସେତୁ ଆଦି 43କୋଟି 49 ଲକ୍ଷ ଟଙ୍କାର 8ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

Spread the love