ସମ୍ ଅଲ୍ଟିମେଟ ମେଡିକେୟାରରେ ଯୋଗ ଦେଲେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡା. ପ୍ରଦୀପ କୁମାର ଦେ

ଭୁବନେଶ୍ୱର,୧୮/୧୦: ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌) ରେ ସିନିୟର କନ୍‌ସଲ୍‌ଟାଂଟ  ଭାବେ ଯୋଗ ଦେଇଛନ୍ତି ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡା. ପ୍ରଦୀପ କୁମାର ଦେ।  ଭିଏସ୍‌ଏସ୍ ମେଡିକାଲ କଲେଜର ଛାତ୍ର ଡା. ଦେ ବନାରସ ହିନ୍ଦୁ ୟୁନିଭର୍ସିଟି, ବାରଣାସୀରୁ ଶିଶୁ ରୋଗ ବିଜ୍ଞାନରେ ପୋଷ୍ଟ ଗ୍ରାଜୁଏଟ୍ କରିଛନ୍ତି। ଜଣେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଭାବେ ତାଙ୍କର ସୁଖ୍ୟାତି ରହିଛି। ଡା. ଦେ ପେଡିଆଟ୍ରିକ୍ ଇଂଟେନ୍‌ସିଭ୍ କେୟାର, ପେଡିଆଟ୍ରିକ୍ ହେମାଟୋଲୋଜି, ଆଡୋଲେସେଂଟ ହେଲ୍‌ଥ କେୟାର, ନିଓନାଟୋଲୋଜି ଏବଂ ସଂକ୍ରମିତ ରୋଗଗୁଡ଼ିକର ଚିକିତ୍ସା କରିବାରେ ବେଶ ସଫଳ ଡାକ୍ତର। ତାଙ୍କର ଦୀର୍ଘ ୨୦ ବର୍ଷର ଅଭିଜ୍ଞତା ଥିବା ଡା. ଦେ ଅନେକ ଖ୍ୟାତନାମା କର୍ପୋରେଟ୍ ହସ୍ପିଟାଲ୍‌ଗୁଡ଼ିକରେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ଯୁବ ରୋଗୀମାନଙ୍କୁ ଖୁବ୍ ଭଲ ଚିକିତ୍ସା କରାଇବାରେ ତାଙ୍କର ଖ୍ୟାତି ରହିଛି।

ଡା. ଦେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଆଶୁରୋଗ ବିଭାଗ (ଓପିଡି) ରେ ପ୍ରତ୍ୟେକ ସପ୍ତାହ ମଙ୍ଗଳବାର, ଗୁରୁବାର ଓ ଶନିବାର ରୋଗୀମାନଙ୍କର ଚିକିତ୍ସା କରିବେ। ତାଙ୍କସହ ଆପଏନ୍‌ଟମେଂଟ ନିମନ୍ତେ ୬୩୭୨୯୯୦୦୧୦ ଏବଂ ୦୬୭୪-୩୫୦୦୫୦୦ କୁ ଫୋନ୍ କରିପାରିବେ।

Spread the love